Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Sahoo

Inspirational

3  

Chinmayee Sahoo

Inspirational

ଓଡ଼ିଶା ଆମର ଗର୍ବ

ଓଡ଼ିଶା ଆମର ଗର୍ବ

1 min
183



ମାଟି ମାଆ ମୋର ପରାଧିନ ଥିଲା 

   ବିବଶ ଓ ସତ୍ତା ହୀନ

କୁଚକ୍ରୀଙ୍କ ଚକ୍ରେ ମୁକ ପାଲଟିଲା

   ଭାଷା ଲୁପ୍ତପ୍ରାୟ ଜାଣ 

   ମାତ୍ର ଧନ୍ୟ ତା'ସନ୍ତାନ

ମାଆର ଅସ୍ତିତ୍ବ ବିଲୁପ୍ତ ନହେଉ

   କରିଲା ସେ ଦୃଢ ପଣ।


ସେଇ ସନ୍ତାନ ଙ୍କ ମଧ୍ୟେ ଶ୍ରେଷ୍ଠ ଥିଲେ

   ଉତ୍କଳ ଗୈାରବ ସିଏ

ପାରଳାର ରାଜା କୃଷ୍ଣଚନ୍ଦ୍ର ଆଉ

   ବାମଣ୍ଡା ନୃପତି ଯିଏ

  ମାଟିମାଆ ପାଇଁ ଜିଏଁ

ହରିହର -ରାମଚନ୍ଦ୍ର ମର୍ଦ୍ଦରାଜ

 ଗୋଦାବରୀଶ ସଭିଏଁ।


ଏକତ୍ରିତ ହୋଇ ଓଡ଼ିଶାର ସେତ

  ସ୍ୱାଭିମାନ ରଖିବାକୁ

ସ୍ୱର ଉଠେଇଲେ ସ୍ୱତନ୍ତ୍ର ଓଡ଼ିଶା 

   ପ୍ରଦେଶର ଗଠନକୁ

   ଅସ୍ତ୍ର କରି ଲେଖନୀ କୁ

ଓଡ଼ିଶା ପ୍ରଦେଶ ହୋଇଲା ଗଠିତ

  ଧନ୍ୟ ତାଙ୍କ ପ୍ରଚେଷ୍ଟାକୁ।


ଉଣେଇଶ ଶହ ଛତିଶି ମସିହା

  ଏପ୍ରିଲ୍ ଏକ ତାରିଖ

ସଫଳ ହୋଇଲା ସ୍ୱତନ୍ତ୍ର ଓଡ଼ିଶା 

   ପ୍ରଦେଶ ଗଠନ ଦେଖ

   ତେଣୁ ପିଲେ ମନେରଖ

ଏଇ ଦିନଟିକୁ ମନେପକାଇଣ

   ରଖିବା ଓଡିଆ ଟେକ‌।


ଓଡ଼ିଶା ଆମର ଗର୍ବ ଗଉରବ 

   ମାତୃଭୂମି ସ୍ୱାଭିମାନ

ମାତୃଭାଷା ଆମ ସବୁଠୁ ସୁନ୍ଦର

   ରଖିବା ତା'ସନମାନ

   କରୁଥିବା ଜୟଗାନ

 ବଞ୍ଚିଥିବା ଯାଏ ତାହାରି ପାଇଁକି

   ସମର୍ପିତ ଥିବ ପ୍ରାଣ।


ଅତି ଆପଣାର ଶବ୍ଦର ସମ୍ଭାର

    ମାତୃଭାଷା ମୋ ଓଡ଼ିଆ

 ସବୁଠୁ ସୁନ୍ଦର ଅକ୍ଷର ତାହାର

    ଲାଗେ ଭାରି ଗୁଲୁଗୁଲିଆ 

    ଜାଣୁ ବା ନଜାଣୁ ଦୁନିଆ

ମୁଁ ତ ଜାଣଇ ମୋ ମାଆ ଠାରୁ 

   ନାହିଁ ଆଉ କେହି ବଢିଆ।



Rate this content
Log in

Similar oriya poem from Inspirational