STORYMIRROR

Balaram Barik

Inspirational

3  

Balaram Barik

Inspirational

ଓଡ଼ିଆ ପୁଅ ମୁହିଁ

ଓଡ଼ିଆ ପୁଅ ମୁହିଁ

1 min
269



ଓଡ଼ିଆ ପୁଅ ମୁଁହିରେ ଭାଇ 

ଓଡ଼ିଆ ପୁଅ ମୁଁହି,

କୋଢି଼ଆ ହୋଇ ରହିଛି ଶୋଇ ..

ପଖାଳ କଂସେ ଖାଇ..


ମୋ ରାଇଜ ଭାରି ବଢିଆ 

ଡ଼ିଣ୍ଡିମ ପିଟୁଥାଇ, 

ଭୋକ ବିକଳେ ମା' ବିକେ ଛୁଆ

ପେଟ ଚାଖଣ୍ଡେ ପାଇଁ...


ଇତିହାସର ପ୍ରତିଟି ପୃଷ୍ଠା 

ମଣ୍ଡନ କରୁ ଥାଇ ..

କନ୍ୟା ଶିଶୁକୁ ଅଲୋଡ଼ା ଭାବି 

ଭୃଣ ହତ୍ୟା କରଇ..


ସ୍ୱର୍ଣ୍ଣପ୍ରସୂ ଏ ଉତ୍କଳ ମାଟି 

ଦୁଇମତ ତ ନାହିଁ,

ଏଇ ମାଟିରେ ଜନମ ହୋଇ

ଦାଦନ ଖଟୁ ଭାଇ ....


ଓଡ଼ିଆ ଭାଷା କହିଲେ ମୋତେ 

ଲାଜ ଭାରି ଲାଗଇ,

କଥା କଥାରେ ଖଣ୍ଡି ଇଂରାଜୀ 

ସ୍ଵଭାଵ ମୋର ବଢାଇ .....


ନିଜ ସ୍ୱାର୍ଥକୁ ପଛକୁ ଠେଲି

ସମୂହ ସ୍ୱାର୍ଥ ପାଇଁ ,

ଶିଖାଇ ଥିଲେ "ଦାସେ ଆପଣେ "

ପାଶୋରି ଗଲ କାହିଁ..


Rate this content
Log in

Similar oriya poem from Inspirational