Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

rasmi maye pati

Others


3  

rasmi maye pati

Others


ଓଡ଼ିଆ ନବ ବର୍ଷ ର ଅଭିନନ୍ଦନ

ଓଡ଼ିଆ ନବ ବର୍ଷ ର ଅଭିନନ୍ଦନ

1 min 158 1 min 158

ସବୁ ଉତ୍କଳୀୟ ମାନ ଙ୍କୁ ଓଡ଼ିଆ ନବ ବର୍ଷ ର ହାର୍ଦ୍ଦିକ ଶୁଭକାମନା


ବସନ୍ତ ଆସିଲା ପ୍ରେମ ଥାଳି ଧରି

  କେତେ ଯାଚୁ ଥିଲା ପ୍ରେମ

ବାହୁଡି ଗଲା ସେ ମଳୟ ସାଥିରେ

  କରି କେତେ ଅଭିମାନ।।।।

ମୁହଁ ଲୁଚାଇଲା କବାଟ ସନ୍ଧି ରେ

  ସମଗ୍ର ମାନବ ଜାତି

ରଚୁଥିଲା ଯାହା କାରୋନା ତାଣ୍ଡବ

  ଖାଇ ଗଲା ସବୁ ପ୍ରୀତି।।।

ପ୍ରୀତି ପିଆଲା ରେ ଦି ଆଞ୍ଜୁଳା ଜଳ

  ଧାଇଁ ଆସିଲା ଶ୍ରାବଣ 

ଗୃହ ବନ୍ଦୀ କଲା କରୋନା ଭୁତାଣୁ

  କରିଦେଲା ପ୍ରେମ ଶୂନ୍ୟ।।।

ସେଦିନୁଁ ତାଣ୍ଡବ ରଚୁଚି ଭୁତାଣୁ

 ଆହୁରି ରଖିଚି ବାକି

ସରିଗଲା ଆମ ପୁରୁଣା ବରଷ

  ନୂଆ ବର୍ଷ ହେଲା ଆଜି।।

ଦୁଇଟି ଅନ୍ତର କରିଲା ବିଚ୍ଛେଦ 

  ଭୁତାଣୁ ପ୍ରାଚୀର ହେଲା

ବାପା ମାଆ ଠାରୁ ସନ୍ତାନ ଅଲଗା

 ନିର୍ଦ୍ଦୟ ଭୂମିକା ନେଲା।।

ସିନେ ଆକାଶ ରୁ କେତେ ଦୀପ୍ତି ମନ୍ତ

 ଲିଭିଲା ଜୀବନ ଦୀପ

ଦୁଃଖ ବିଷାଦ ର ଲଦିଲା ପାହାଡ଼

 ସରିଲା ପୁରୁଣା ବର୍ଷ।।

ଅନଲାଇନ ପାଠ ମଜା ନେଲେ ପିଲେ

 Whatsapp facebook busy

ପାଠ ପଢା ସବୁ ଚୁଲି ରେ ପଶିଲା

  ପିଲାଏ ମାରିଲେ ହେଣ୍ଡି।।।

ଦରଦାମ ସବୁ ଆକାଶ ଛୁଇଁଲା 

  ସବୁରି ମୁଣ୍ଡ ରେ ଚିନ୍ତା

ଶାଗ ପଖାଳ ଠୁ ଷାଠିଏ ପଉଟି 

  ସବୁଠି ଖାଦ୍ୟ ଆଶଙ୍କା।।

ନାରୀ ଅତ୍ୟାଚାର ସୀମା ଟପି ଗଲା

 ଲାଜେ ମଥା ପୋଡ଼ି ଯାଏ

ଢିଲା ପ୍ରଶାସନ ଦୋଷୀ ଖୋଜୁ ଖୋଜୁ

 ବର୍ଷ ବର୍ଷ ବିତି ଯାଏ।।

ଦୁଃଖ ବିଷାଦ ରେ ଦିନ ବିତି ଗଲା

  ସରିଲା ପୁରୁଣା ବର୍ଷ

ନୂଆ ସକାଳ ଟି ଆଶା ର କିରଣ 

 ନେଇ ଆସୁ ନୂଆ ବର୍ଷ।।

ଆହୁରି କଷ୍ଟ ନ ଦିଅ ଦୀନ ବନ୍ଧୁ 

  ଏଇଠି କର ସମାପ୍ତ

ଚଲାପଥ ସବୁ ହେଉ କୁସୁମିତ 

 କରୁ କୋଟି ପ୍ରଣିପାତ।।



Rate this content
Log in