ନ୍ୟାୟ ଅନ୍ୟାୟ
ନ୍ୟାୟ ଅନ୍ୟାୟ
ଦୁନିଆରେ ଆଜି ଦୁଃଖ ବଢ଼ି ଯାଏ
ନିରୀହ ପାଉଛି ଦଣ୍ଡ
ଦୋଷ କରି ଦୋଷୀ ଖସି ଚାଲି ଯାଏ
ଦୋଷରୁ ସେ ହୁଏ ମୁକ୍ତ
କୁହ ଭାଇ ତୁମେ ଏହା ନ୍ୟାୟ କି ଅନ୍ୟାୟ କୁହ
ବୋହୁ ହୋଇ ଆସିଥିଲା ଯିଏ ଆଜି ହୋଇଛି ଶାଶୁ
ଶାଶୁ ହୋଇ ବୋହୁ କୁ ସିଏ ଦିନ ରାତି ସାଧୁଛି ଦାଉ
କୁହ ଭାଇ ତୁମେ ଏହା ନ୍ୟାୟ କି ଅନ୍ୟାୟ କୁହ
ସ୍ୱାମୀ ହୋଇ ଯିଏ ସାତ ଜନ୍ମ ପାଇଁ ନିଜର କରିଲା
ଆଜି ନିଜ ସ୍ତ୍ରୀ କୁ ଛାଡି ପର ସ୍ତ୍ରୀ ର ପ୍ରେମରେ ପଡିଲା
କୁହ ଭାଇ ଏହା ନ୍ୟାୟ କି ଅନ୍ୟାୟ କୁହ
ଭାଇ ହୋଇ ଯିଏ ଗୋଟେ ମାର ପେଟ ରୁ ଜନ୍ମ ନେଲା
ସିଏ ଆଜି ସ୍ତ୍ରୀ କଥାରେ ପଡି ସମ୍ପତ୍ତି ପାଇଁ ଭଗାରୀ ହେଲା
କୁହ ଭାଇ ଏହା ନ୍ୟାୟ କି
ଅନ୍ୟାୟ କୁହ
ଦଶ ମାସ ଗର୍ଭେ ଧରି ଯେଉଁ ମା ଜନ୍ମ ଦେଇ ଥିଲା
ଭାଗ ବଣ୍ଟା ହେଲା ମା କୁ ଆଜି ଖାଇବା କୁ ସେ ହିନସ୍ତା ହେଲା
କୁହ ଭାଇ ଏହା ନ୍ୟାୟ କି ଅନ୍ୟାୟ କୁହ
ଯୁବକ ଟେ ଯୁବତୀ କୁ ପ୍ରେମ କରି ବିଶ୍ୱାସ ଦେଲା
ପ୍ରେମ ନା ରେ ପ୍ରତାରଣା ଦେଇ ସବୁ କିଛି ତା ଲୁଟି ନେଲା
କୁହ ଭାଇ ଇଏ ନ୍ୟାୟ କି ଅନ୍ୟାୟ କୁହ
ନାରୀ ଟିଏ ଜନ୍ମ ନେଇ ଥିଲା ପିନ୍ଧି ବାକୁ ପବିତ୍ର ସିନ୍ଦୁର
ଆଜି ସମାଜ ଅସତୀ କହୁଛି ଲାଗିଛି କଳଙ୍କ ର ଗାର
କୁହ ଭାଇ ଇଏ ନ୍ୟାୟ କି ଅନ୍ୟାୟ କୁହ
ହୁଏ ଏଠି କେତେ ଲାଞ୍ଚ କାରବାର ହୁଏ ପୁଣି ଭ୍ରଷ୍ଟାଚାର
ହୁଏ କେତେ କଳା କାରବାର ହୁଏ ପୁଣି ଦୁରାଚାର
କୁହ ଭାଇ ଇଏ ନ୍ୟାୟ କି ଅନ୍ୟାୟ କୁହ ।