Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Others

4  

rasmi maye pati

Others

ନୂତନ ବର୍ଷର ଅଭିନନ୍ଦନ

ନୂତନ ବର୍ଷର ଅଭିନନ୍ଦନ

1 min
286


କିଛି ସ୍ମୃତି ଆଉ ଅନୁଭୂତି ନେଇ

 ବୁଜି ହେବ ଏକ ଫର୍ଦ୍ଦ

ସବୁ ଧାଡ଼ି ତାର ନିସ୍ତେଜ ହୋଇବ

 ନିର୍ଲିପ୍ତ ପୁରୁଣା ବର୍ଷ।।।


କାଳର କରାଳ ଗତିରେ ଧାଉଁଛି

 ବର୍ଷ ମାସ ଦିନ ଦଣ୍ଡ

ଯିବା ଆସିବା ତ ଚାଲିଚି ଏଠାରେ

 ନିଆରା ଏ ରଙ୍ଗମଞ୍ଚ।।।।


କେତେ ଦୀପ୍ତିମନ୍ତ ଲିଭି ଗଲା ଦୀପ

 ତଥାପି ଜଳୁଛି ମଞ୍ଚ

ନିର୍ଦ୍ଦେଶକ ପରା ଭିନ୍ନ ନାଟ୍ୟକାର

 ବଦଳେ ପ୍ରତି ମୁହୂର୍ତ୍ତ।।।


ପାଚେରୀକୁ ଡେଇଁ ଦୁର୍ବୃତ୍ତ ଚମ୍ପଟ୍ 

 ପ୍ରଶାସନ ବାୟା ହୁଏ

ନ୍ୟାୟ ପାଇବାକୁ ଧାଉଁଛି ଅବଳା

 ବର୍ଷ ବର୍ଷ ଗଡୁଥାଏ।।।।


ଶାଗ ପଖାଳଠୁ ମହାପ୍ରସାଦ ଯେ

 ସବୁ ଛୁଇଁଲା ଆକାଶ

ତଥାପି ଜୀବନ ନଈଟା ଧାଉଁଛି

 ଜଳୁଛି ପରା ଏ ମଞ୍ଚ।।।


କରୋନା ତାଣ୍ଡବ ରଚିଲା ବିଶ୍ଵରେ

 ନୂଆ ରୂପେ ଓମିକ୍ରନ 

କୁଢ଼ କୁଢ଼ ଶବ ଗଦା କରିଦେଲା

 ମୁଣ୍ଡ ଟେକିଲା ଶ୍ମଶାନ।।।


ମଙ୍ଗଳ ଗ୍ରହକୁ ଯିବା ପାଇଁ କେତେ

 ଦିବା ସ୍ୱପ୍ନ ଦେଖୁଥିଲା

ସାମାନ୍ୟ ଭୂତାଣୁ ଗର୍ବ ଅହଙ୍କାର

 ସବୁ ପରାସ୍ତ କରିଲା।।।


ଆୟତ୍ତ କରିବା ନୁହଁଇ ସହଜ

 ମଣିଷ ପରା ସାମାନ୍ୟ

ସୃଷ୍ଟି ରକ୍ଷା କର ପ୍ରଭୁ ଦୀନବନ୍ଧୁ

 ଚରଣେ ଦିଅ ଶରଣ।।।


ରଚ ନାହିଁ ଏକ ପ୍ରଳୟର ଫର୍ଦ୍ଦ

 ଅମୃତମୟ ଏ ସୃଷ୍ଟି

ପାପ ଗରଳକୁ ଦୂର କର ପ୍ରଭୁ

 କର କରୁଣାର ବୃଷ୍ଟି।।।


ନୂତନ ବର୍ଷର ନୂତନ କିରଣ

 ଆଣୁ ନୂଆ ଆଶା ସ୍ୱପ୍ନ

ଘୁଞ୍ଚାଅ କଷଣ ପ୍ରଭୁ ଦୟାମୟ

 ଏତିକି ଗୁହାରି ଘେନ।।।


ତୁମରି ମଞ୍ଚରେ ତୁମେ ନାଟ୍ୟକାର

 ତୁମେ ହିଁ ତ ନିର୍ଦ୍ଦେଶକ

ଅସଜଡା ଧରା ତୁମେ ସଜାଡିଵ

 ଜଳୁଥାଉ ସଦା ମଞ୍ଚ।।।



Rate this content
Log in