Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Binata Mohanta

Others

3  

Binata Mohanta

Others

ନୂଆଁଖାଇ ଜୁହାର

ନୂଆଁଖାଇ ଜୁହାର

1 min
167


ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ

   ମା' ସମଲେଇଲଙ୍କୁ କରିବାକୁ ନବାନ୍ନ ଅର୍ପଣ

ରାଶି ନକ୍ଷତ୍ର ଗଣନା କରି କରିଥାଉ

   ନୂଆଁ ଖାଇର ଲଗ୍ନ ନିର୍ଦ୍ଧାରଣ ।।


ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀକୁ

   ହୋଇ ଥାଏ ଦିନ ଧାର୍ଯ୍ୟ

ଦେବା ଦେବୀଙ୍କୁ ବିଧି ଅନୁଯାୟୀ 

   କରିଥାଉ ନବାନ୍ନ ଅର୍ପଣ କାର୍ଯ୍ୟ ।।


ଲିପାପୋଛା କରି ଘରଦ୍ଵାରକୁ

   ସୁସଜ୍ଜିତ କରନ୍ତି ଗୃହବଧୁ ମାନେ

ନୂତନ ଦ୍ରବ୍ୟ ଯୋଗାଡିବାକୁ 

   ତତ୍ପରତା ସବୁ ପରିବାର ଜନେ ।।


ନୂଆ ଚାଉଳର ଖିରୀ ପିଠା ସହିତ

   ପ୍ରସ୍ତୁତ କରୁ ନାନା ସୁଆଦିଆ ବ୍ୟଞନ

ଧୂପ ଦୀପ ଜାଳି ଭୋଗରାଗ ଦେଇ

   କରିଥାଉ ପିତୃ ପୁରୁଷଙ୍କୁ ପିଣ୍ଡଦାନ ।।


ବର୍ଷର ପ୍ରଥମ ଅମଳ ଅନ୍ନକୁ

   ସମର୍ପି ଥାଉ ଇଷ୍ଟ ଦେବୀଦେବତାଙ୍କୁ

ପୂଜା ପରେ ସଭିଏଁ ଗ୍ରହଣ କରୁ

   ମହାଆନନ୍ଦେ ଏହାକୁ ।।


ଏକତ୍ରିତ ହୋଇ ସମସ୍ତ ପରିବାର ଜନ

   ବସୁ ପ୍ରସାଦ ଗ୍ରହଣ କରିବାକୁ  

ନୂଆ ପତ୍ରଦନାରେ ପରଶା ଯାଏ

  ସମସ୍ତ ପ୍ରସ୍ତୁତ ବ୍ୟଞ୍ଜନକୁ ।।


ଲଘୁଜନ ସବୁ ଗୁରୁଜନଙ୍କୁ ମୁଣ୍ଡିଆ ମାରିବା 

  ନିଆରା ପରମ୍ପରା ଏହି ପର୍ବର

ଲୋକ ବାଣୀରେ ଏହି ପରମ୍ପରାକୁ

   କହୁ "ନୂଆଁଖାଇର ଜୁହାର" ।।


ଝିଅ ବୋହୁ ସଭିଏଁ ସାଜିଛନ୍ତି ପିନ୍ଧି

   ନୂତନ ରଙ୍ଗବେରଙ୍ଗ ପରିପାଟ

ବୟୋଜ୍ୟେଷ୍ଠଙ୍କୁ ଜୁହାର ହୋଇ ଜଣାଉ

   "ନୂଆଁ ଖାଇ ଭେଟଘାଟ" ।।


ଖରିଫ ରବି ଫସଲ ଉତ୍ପାଦନ ବଢୁ

   ଦୂର ହେଉ ଅନ୍ନ କଷ୍ଟ  

ପ୍ରାର୍ଥନା କରିବା କୃଷକ ଭାଇଙ୍କ 

   ଖଣ୍ଡନ ହେଉ ସବୁ ରିଷ୍ଟ ।।


ସଭିଙ୍କୁ ସିଖାଏ "ନୂଆଁ ଖାଇ" ପର୍ବ

   ସାମାଜିକ ବନ୍ଧନର ଗୁରୁତ୍ୱ

ସଦ୍ ଭାବନା ବଢୁ ନିଜନିଜ ମଧ୍ୟେ

  ଭାବ ମାନବିକତା ଓ ଭାତୃତ୍ୱ ।।



Rate this content
Log in