ନୂଆବର୍ଷ
ନୂଆବର୍ଷ


ପିଲାବେଳେ ଧାନକଟା ଛୁଟି ପରେ
ନୂଆ ବର୍ଷ ଆସୁଥିଲା ଧୀରେ
ଗ୍ରୀଟିଙ୍ଗସ ଦିଆ ନିଆ ଭିତରେ
ନୂଆବର୍ଷ ଆସେ ଶୀତରେ
ଶୀତରେ ନିଆଁ ପୁଇଁ ଶିଶିର ବିଛା
ଘାସ ଗାଲିଚା ଉପରେ
କିଏ ଲେଖିଦେଉଥିଲା ନୂଆବର୍ଷ
ଆସିଲାରେ ପଢ଼ିଦେ ଥରେ
କେଵେ କେଵେ ରଙ୍ଗୀନ ଅକ୍ଷରେ
କାଗଜ ଉପରେ
ଲେଖିଦେଇଛି କେତେଥର
ସମୁଦ୍ର ବାଲୁକା ଶଯ୍ୟାରେ
ଯୁଗ ବଦଳିଛି ଆଜି ଆଉ ନାହିଁ କାଲି
ବୁଝୁନି ମନ ହାତ ତିଆରିରେ
ଏବେ ବାଣ ବାଜା ଡିଜେ ରୋଷଣୀ ଭିତରେ
ନୂଆବର୍ଷ ଆସିଲେ ଧରା ଥରେ
ସେଥିପାଇଁ ଶୀତ ଆଉ ନାହିଁ ଧରାପରେ
ନୂଆବର୍ଷରେ ଋଷି ବସେ କୁକୁଡ଼ା ଛେଳି
ମାଛ ପାଖରୀରେ
କିଏ ନୂଆବର୍ଷ କହି ଆରାମେ ରହି
ଦୌଡୁଛି ଭୋକ ଭିକ ଭେକ ଦାଉରେ
ନୂଆବର୍ଷ ପୁଷମାସ ପାଳେ କାହା କାହା ଘରେ
ଯୁଗ ବଦଳିବା ସହ କଦମ୍ବ ତାଳ ପକେଇ
ନୂଆବର୍ଷ ଆସୁଛି ଏବେ ସତରେ