STORYMIRROR

Bharatabandhu Biswal

Inspirational Others

3  

Bharatabandhu Biswal

Inspirational Others

ନୂଆ ସକାଳ

ନୂଆ ସକାଳ

1 min
173



ଉଠ ଜାଗି ଉଠ ପାହିଲା ରଜନୀ

ପୂରୁବା ଦିଶଇ ନାଲି

ନୂଆ ବରଷର ନୂତନ ସକାଳ

ଡାକୁଅଛି ହାତ ଠାରି ।

ଚହଟିବ ରଙ୍ଗ ମନ ବଗିଚାରେ

ବିକଶିବ ସଉରଭ

ନୂତନ ଉତ୍ସାହ ନୂଆ ସମ୍ଭାବନା

ସଞ୍ଚରିବ ଉଦ୍ଭବିବ ।

ସେକିନେବା ମନ ସୁନେଲି କିରଣେ

ପୁଲକିବ ନୂଆ ଆଶା

ଝାଡିଦେବା ଧୂଳି ଦେହରୁ ଆମର

ମହକିବ କଣ୍ଠେ ଭାଷା ।

ଆସ ସ୍ୱ।ଗତିବା ନୂତନ ଆଲୋକେ

ଗୁଚ୍ଛିକା ପୁଷ୍ପ ସମର୍ପି

ଢାଳିଦେବା ମନ ପରାଣ ଜୀବନ

ଗାଇବା ମଙ୍ଗଳ ଗୀତି ।

ତେଜିନେବା ଆସ ଆଶା ସୁବିଶ୍ୱାସ

ଉଜ୍ଜ୍ୱଳିବ ଦିନରାତି

ଘୁଞ୍ଚିଯିବ ଦୁଖଃ ଅଭାବ କଷଣ

ପାହିବ ଏ ଅମାରାତି ।


Rate this content
Log in

Similar oriya poem from Inspirational