Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Children

3  

Akshayakumar Dash

Action Inspirational Children

ନୂଆ ବରଷ

ନୂଆ ବରଷ

1 min
174



ବାପା ଆଣିଥିଲେ ଛତୁଆ, କରିବା

ବୃନ୍ଦାବତୀଙ୍କର ଠେକି,

ନଡ଼ିଆ କଦଳୀ ଫଳମୂଳ ଭୋଗ

ପୁଅ କହୁଥିଲା ଦେଖି।

କିସ ପାଇଁ ଆଣ ଏ ଭୋଗ ଦରବ

ଆଉ ଘିଅ ବତୀ ଝୁଣା,

ନୂଆ ବରଷରେ ଭୋଗରାଗ ହୁଏ

ଜାଣିଛୁନା ନାହିଁ କୁନା।

ହସିଦେଇ କୁହେ ବରଷ ଭିତରେ

କେତେ ଥର ନୂଆବର୍ଷ,

ଜାନୁୟାରୀ ଏକ ତାରିଖ ଗଲା ତ

ପାଳିଲୁ ହୋଇ ଉଲ୍ଲାସ।

ସେ ନୂଆ ବରଷ ଇଂରାଜୀ ଗଣନା

ଯୀଶୁଙ୍କର ଜନ୍ମଦିନ,

ଭାରତ ଆମର ବିଷୁବ ସଂକ୍ରାନ୍ତି

ନୂଆବର୍ଷ ହେଜ ଧନ।

ଆମ ନୂଆବର୍ଷ ଭୋଗରାଗ ହୁଏ

ଛତୁଆକୁ ହୋମ ପଣା,

ତୁଳସୀ ଚଉରା ଠେକିରୁ

ଗଡ଼ାଉଥାଉ ଜଳ କରି କଣା।

ଠାକୁରଙ୍କୁ ନୂଆ ବସନ ପିନ୍ଧାଇ

ଝୁଣା ଗୋଗଲର ଧୂଆଁ,

ନୂଆ ପାଞ୍ଜି ପଢା ହୁଅଇ ରାଇଜେ

ଶୁଭାଶୁଭ ଜାଣ ଛୁଆ।

ସୂର୍ଯ୍ୟଙ୍କର ଗତି ବିଷୁବ ରେଖାରେ

ହନୁମାନ ଜନ୍ମଦିନ,

ଏହିଦିନ ଆମ ନୂଆବର୍ଷ ମଣ

ଆନରେ ଦିଅନି ମନ।



Rate this content
Log in

Similar oriya poem from Action