Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

3  

Satyabati Swain

Others

ନୁହେଁ କି ବିସ୍ମୟ!

ନୁହେଁ କି ବିସ୍ମୟ!

1 min
182



ଏଡ଼େ ଟିକେ

ହାତ ମୁଠା ପରି ଧକ ଧକ୍ 

କରୁଥିବା ମେସିନଟା

ସମଗ୍ର ବିଶ୍ୱ 

ତା ଆଗେ ଛୋଟ ହୋଇଯାଏ!

କେତେ କଥା ବ୍ୟଥା ମୁହଁ  ସ୍ମୃତି ଘଟଣା

ମନେ ରଖିବା ପାଇଁ କି

ସେଇ କୋଠରୀରେ ଜାଗା ଥାଏ !

ନୁହେଁ କି ବିସ୍ମୟ ଇଏ !!


ଭାରି ଦରଦୀ 

ଅଭିମାନୀ 

ସ୍ନେହ ସମ୍ପର୍କ କାଙ୍ଗାଳ 

ପ୍ରେମ ପାଇଁ ହାଇଁ ପାଇଁ ହୁଏ

ଏହା ପାଇଁ ନ୍ଇ ମରି ପୁଣି ଜୀଏଁ



ସେ କେଉଁ ସକାଳ

ମଲ୍ଲୀ ଫୁଲିଆ ପଖାଳ

କେଉଁ ଅସିଆ କାଳର ମସିଆ କଥା

ସବୁ ଟିକି ନିକି ଏଇଠି ହୋଇଛି ଗୁନ୍ଥା ।


ଚର୍ମ ଆଖି ଠାରୁ

ପ୍ରଖର ତେଜ ଥିବା

ତୀବ୍ର ଦୃଷ୍ଟି ଶକ୍ତି

ହୃଦୟ ଆଖିର

କଣ ନ୍ ଦେଖି ପାରେ ତା

ଅଦୃଶ୍ୟ ହଳକ ଆଖି !


ଚଣ୍ଡାଶୋକଙ୍କୁ ବଦଳେଇ ଦେଇପାରିବା

ଯାହାର ସାମର୍ଥ୍ୟ 

ଦାନବକୁ ଦେବତା କରିପାରେ

ଏଡେ ଟିକେ ହୃଦୟ

ଅନୁଭବ ଶକ୍ତି ଯାର ତୀବ୍ରତର

ସତରେ ନୁହେଁ କି ବିସ୍ମୟ ସିଏ !



Rate this content
Log in