ନରେନ୍ଦ୍ର ମୋଦି
ନରେନ୍ଦ୍ର ମୋଦି
ସମାଜ ଦେଖୁଛି ରାଜନୀତି ନାଟ
କେତେବେଳେ କଣ ହେବ
କାହାକୁ କ"ଣବା ଦରକାର ନାହିଁ
କିଏବା କହି ପାରିବ ।
କପାଳ ଲିଖନା କେ କରିବ ଆନ
କ୍ଷଣ କେ ବଦଳି ଯିବ
କିଏବା କହିବ କ'ଣ ଅଛି ଭାଗ୍ୟ
ସମୟ ବତେଇ ଦେବ ।
କେତେ ତପସ୍ୟାରୁ ପାଇଛୁ ଏ ଜନ୍ମ
କାହିଁ ପାଇଁ ଏତେ ଭାବ
ରାତି ପରେ ଦିନ ବଦଳୁଥିବ ତ
କାହା ଭାଗ୍ୟ କଣ ହେବ ।
ପେଟପାଇଁ ଦିନେ ମୁଣ୍ଡ ଝାଳମାରି
ତୁଣ୍ଡେ ପୋସୁ ଥିଲେ ପେଟ
କିଏବା କହିବ ପ୍ରକୃତି ନିୟମ
କେତେବେଳେ ବଦଳିବ ।
କର୍ମ କୁ ଆଦରି ପେଟ ପାଇଁ ଦିନେ
ଭୁଲି ଯାଇଥିଲେ ଦୁଃଖ
ଫୁଟ ଫାଦରେତ ଦୋକାନ ଖୋଲି
ଖୋଜୁ ଥିଲେ ଦିନେ ସୁଖ ।
ଆଜି ସେ ଅଛନ୍ତି ପ୍ରଧାନ ମନ୍
ତ୍ରୀଜି
ନାଆଟି ନରେନ୍ଦ୍ର ମୋଦି
ସମାଜ କଲ୍ୟାଣେ ନିଜକୁ ସମର୍ପି
ଦେଉଛନ୍ତି କେତେ ବୁଦ୍ଧି ।
କେତେ ଯେ ସମ୍ମାନ ଅଧି କାରୀ ହୋଇ
ଦେଖାଉ ଅଛନ୍ତି ପଥ
ନାନାଦି ଭାଷାରେ ବୁଝାଇ ଦେଇଣ
ଶତୃତା କଲେ ବିରୋଧ ।
ଏ ସାରା ଜଗତ ସୁଖରେ ହସୁଛି
ଆରାମେ ଚାଲୁଛି ବାଟ
ଏଇଥି ପାଇଁ କି ଦୁନିଆ ଝୁରୁଛି
ଏଇ ଐତିହାସ ପଥ ।
ଲୋକ ହିତୈସି ନରେନ୍ଦ୍ର ମୋଦି ଜି
ତୁମେ ହିଁ ଅଟ ସର୍ବଶ୍ବ
ତୁମରି ପାଇଁ ତ ଭୋଗୋଅଛୁ ସୁଖ
ଦେଖେଇ ଥିବା ବୀରତ୍ବ ।
ସମାଜ କଲ୍ୟାଣ ଦେଶ ହିତ କାରୀ
ଧନ୍ଯ ତୁମ୍ଭରି ମହିମା
ଏ ସାରା ବିଶ୍ବରେ ଯଶସ୍ପି ହୋଇଲ
ଅଟେ ତୁମରି ଗାରିମା ।