STORYMIRROR

suchismita behera

Classics Inspirational

3  

suchismita behera

Classics Inspirational

ନନ୍ଦ

ନନ୍ଦ

1 min
153


ଯଶୋଦା ପରି ମାଆ ହେବାକୁ ଯେ

           ଲୋଡା ସ୍ନେହଭରା ଅନ୍ତର 

ହେଲେ ନନ୍ଦ ପରି ବାପା ହେବାକୁ

          ଲୋଡା ସେ ଅନ୍ତରେ ଉଦାର

ଯଶୋମତି ଭଳି ମମତା ଢାଳି

          ପାଇଥାଏ ନାରୀ ସମ୍ମାନ

ନନ୍ଦ ଙ୍କ ଭଳି ନିଜେ ପଛେ ଜଳି

          ପାଏ ନାହିଁ ନର ଆସନ

 ଦେଖ ଦୁନିଆ ର କ୍ରୁର ବିଚାର 

        ନନ୍

ଦ ଯଦି କେବେ ଭାଳିଥାନ୍ତେ ଏହା 

   କାହ୍ନୁ ହୋଇଥାନ୍ତେ କି ନନ୍ଦ କୁମର

ଆନ ଘର ଚାନ୍ଦ ମୋ ଘରେ ଉଦିତ

       ଯିବ ବୃଦ୍ଧକାଳେ ଦୁଃଖ ଦେଇ

ଜାଣୁ ଜାଣୁ ଯେଣୁ ପିତାପଣ କଲେ 

          ଜଗତ ଭୁଲିଲା ନାହିଁ

ନନ୍ଦ ଙ୍କ ଗୋବିନ୍ଦ ଜଗତ ଜାଣଇ

          ତ୍ୟାଗ ଓ ସାହସ ପାଇଁ

ନନ୍ଦ ଭଳି ପିତା ପାଏ ଯେ ସେ କାହ୍ନୁ 

           ଧନ୍ୟ ତାଙ୍କ ସ୍ନେହ ପାଇ ।



Rate this content
Log in

Similar oriya poem from Classics