ନମସ୍ତେ ପ୍ରଭୁ ବିଶ୍ବକର୍ମା
ନମସ୍ତେ ପ୍ରଭୁ ବିଶ୍ବକର୍ମା
ନମସ୍ତେ ପ୍ରଭୁ ବିଶ୍ବକର୍ମା
============
ନମସ୍ତେ ପ୍ରଭୁ ବିଶ୍ବକର୍ମା l
ପିତା ଯାହାଙ୍କ ସ୍ଵୟଂ ବ୍ରହ୍ମା ll
ସର୍ବ ଶିଳ୍ପ ଶାସ୍ତ୍ରର ଜ୍ଞାତା l
ତୁମ୍ଭେ ତ ବିଶ୍ଵର ନିର୍ମାତା ll
ଶିଳ୍ପୀଙ୍କ ଗୁରୁ ଶିଳ୍ପୀ ସ୍ରଷ୍ଟା l
ତୁମ୍ଭେ ତ ଶିଳ୍ପୀଙ୍କ ଦେବତା ll
ତୁମ୍ଭେ ସୃଜିଲ ଇନ୍ଦ୍ରପୁରୀ l
ଅମରାବତୀ ସେ ନଗରୀ ll
ତୁମ୍ଭେ ସୃଜିଲ ପୁଣି ସଭା l
ଇନ୍ଦ୍ରପ୍ରସ୍ଥରେ ମନଲୋଭା ll
ସୃଜିଲ ସ୍ଵର୍ଣ୍ଣମୟୀ ଲଙ୍କା l
ସୁବର୍ଣ୍ଣ ପ୍ରାଚୀର ପରିଖା ll
ଦ୍ଵାରକା ଶ୍ରୀକୃଷ୍ଣ ନଗରୀ l
ଅପୂର୍ବ ଅତି ମନୋହାରୀ ll
ବର୍ଦ୍ଧକୀ ବେଶରେ ଅଇଲ l
ଚତୁର୍ଦ୍ଧା ମୁରତୀ ଗଢ଼ିଲ ll
କୁଳରେ ଜନମ ଧରମା l
କୋଣାର୍କ ଶିଳ୍ପୀଙ୍କ ଗାରିମା ll
ନମସ୍ତେ ସଂଜ୍ଞାଙ୍କର ତାତ l
ତୁମ୍ଭର ଜାମାତା ଆଦିତ୍ୟ ll
ନମସ୍ତେ ପ୍ରଭୁ ବିଶ୍ୱସ୍ରଷ୍ଟା l
ନାମ ତୁମ୍ଭର ପୁଣି ତ୍ଵସ୍ଟା ll
ନମସ୍ତେ ପ୍ରଭୁ ଦେବଶିଳ୍ପୀ l
ସର୍ବ ନିର୍ମାଣେ ଅଛୁ ବ୍ୟାପୀ ll
ଅପୂର୍ବ ମହିମା ତୁମ୍ଭରି l
କେ ବର୍ଣ୍ଣି ପାରିବ ବିସ୍ତାରି ll
କନ୍ୟା ସଂକ୍ରାନ୍ତି ଜନ୍ମ ତୋର l
ହେ ପ୍ରଭୋ ନିର୍ମାତା ବିଶ୍ଵର ll
ମରତେ ବାଜେ ଆଜି ବାଜା l
ବିଶ୍ୱକର୍ମାଙ୍କ ବିଶ୍ୱେ ପୂଜା ll
ନମସ୍ତେ ପ୍ରଭୁ ବିଶ୍ବଯନ୍ତ୍ରୀ l
ଯନ୍ତ୍ରୀଏ ତୋ ପଦେ ନମନ୍ତି ll
ନିହାଣ ମୁଗୁର ତୋ ହସ୍ତେ l
ନମସ୍ତେ ନମସ୍ତେ ନମସ୍ତେ ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
