ନମସ୍ତେ ଲକ୍ଷ୍ମୀ ଠାକୁରାଣୀ
ନମସ୍ତେ ଲକ୍ଷ୍ମୀ ଠାକୁରାଣୀ
ନମସ୍ତେ ଲକ୍ଷ୍ମୀ ଠାକୁରାଣୀ
=============
ନମସ୍ତେ ଲକ୍ଷ୍ମୀ ଠାକୁରାଣୀ l
ମାଆଲୋ ବିଷ୍ଣୁଙ୍କ ଘରଣୀ ll
କମଳ ବାସିନୀ କମଳା l
କଣ୍ଠେ ତୋ କମଳର ମାଳା ll
ରତ୍ନ ମୁକୁଟ ଶିରେ ଶୋହେ l
କୋଟିଏ ଜନ ମନ ମୋହେ ll
କର୍ଣ୍ଣରେ କୁଣ୍ଡଳ ସୁନ୍ଦର l
ତୋ ଲାଗି ସୁନ୍ଦର ସଂସାର ll
ହସ୍ତେ ଶୋଭଇ ଶଙ୍ଖ ଚକ୍ର l
ବାହନ ତୋହର ପେଚକ ll
ନମସ୍ତେ ସାଗର କନ୍ୟକେ l
ସୁବର୍ଣ୍ଣ କାନ୍ତି ତୋ ଝଟକେ ll
ନମସ୍ତେ ବରୁଣ ନନ୍ଦିନୀ l
ପାଳୁ ମା ଚରାଚର ପ୍ରାଣୀ ll
ନମସ୍ତେ ଅଲକ୍ଷ୍ମୀ ଅନୁଜା l
ବିଶ୍ୱ କଲ୍ୟାଣୀ ବିଶ୍ୱ ପୂଜ୍ୟା ll
ନମସ୍ତେ ଶଶାଙ୍କ ଭଗିନୀ l
ମାଆ ତୁ ଐଶ୍ୱର୍ଯ୍ୟ ଦାୟିନୀ ll
କରେ ଦର୍ଶନ କରି ତୋତେ l
ପ୍ରାଣୀଏ ସ୍ମରନ୍ତି ପ୍ରଭାତେ ll
କମଳ ମୁଖି କମଳିନୀ l
ରମା ତୁ ଜଗତ ଜନନୀ ll
ଜଗଜ୍ଜନନୀ ମହାମାୟୀ l
ଇନ୍ଦିରା ଲୋକମାତା ତୁହି ll
ବାର ତୋ ମାତ ଗୁରୁବାର l
ମାସ ତୋ ଶ୍ରେଷ୍ଠ ମାର୍ଗଶୀର ll
ନମସ୍ତେ ଚଞ୍ଚଳୀ ଚଞ୍ଚଳା l
ଚାଣ୍ଡାଳୀ ଐଶ୍ୱର୍ଯ୍ୟ ଲଭିଲା ll
ଶ୍ରୀମୟୀ ବୋଲାଉ ସଂସାରେ l
ପୁଜନ୍ତି ଦେବ ନାଗ ନରେ ll
ତୋ ଦାନେ ଧନ ଜନ ବୃଦ୍ଧି l
ପ୍ରାଣୀଙ୍କୁ ଦେଉ ମା' ସୁବୁଦ୍ଧି ll
କୁବୁଦ୍ଧି ଜନେ ପରିତ୍ୟଜୁ l
ପବିତ୍ର ସ୍ଥାନରେ ବିରାଜୁ ll
ନମସ୍ତେ କ୍ଷୀରାବ୍ଧୀ ତନୟା l
ପ୍ରାଣୀଙ୍କୁ ରଖିଥିବୁ ଦୟା ll
ପଡ଼ିଦାତ୍ରୀ ମା' ଏ ସଂସାରେ l
ପାଦେ ତୋ ନମଇଁ ଭକ୍ତିରେ ll
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
