ନମସ୍ତେ ଗୀତେ ସୁଗୀତେ
ନମସ୍ତେ ଗୀତେ ସୁଗୀତେ
ନମସ୍ତେ ଗୀତେ ସୁଗୀତେ ସର୍ବ ଶାସ୍ତ୍ରମୟୀ l
ସର୍ବଶାସ୍ତ୍ର ସାର ଗତି ମୁକ୍ତି ମୋକ୍ଷଦାୟୀ ll
ଶ୍ରୀ ଭଗଵାନଙ୍କ ମୁଖ ନିଃସୃତ ଏ ବାଣୀ l
କୁରୁକ୍ଷେତ୍ର ଧର୍ମକ୍ଷେତ୍ରେ ପାର୍ଥ ଥିଲେ ଶୁଣି ll
ଅସ୍ତ୍ର ତେଜି ବସିଥିଲେ ବିଷାଦେ ଅର୍ଜୁନ l
ଶୋକ ଗଦଗଦ ମୋହାବିଷ୍ଟ ଭଗ୍ନମନ ll
କର୍ମ ଧର୍ମ କର୍ତ୍ତବ୍ୟ ବୁଝାଇ ଭଗବାନ l
କରାଇଲେ ପାର୍ଥେ ବିଶ୍ୱ ରୂପ ଦରଶନ ll
ଗୀତାସାର ବାଣୀ ଶୁଣି ମୋହ ତୁଟିଗଲା l
ନିମିତ୍ତ ମାତ୍ର ମୁଁ ଜାଣି ଗାଣ୍ଡୀବ ଧରିଲା ll
ସର୍ବଶାସ୍ତ୍ର ଜ୍ଞାନେ ପୂର୍ଣ୍ଣ ଗୀତା ଗ୍ରନ୍ଥସାର l
> ତତ୍ତ୍ୱ ଶୁଣି ଜୀବୋନ୍ମୁକ୍ତ ଲଭଇ ନିସ୍ତାର ll
ବେଦୋପନିଷଦ ଜ୍ଞାନ ଗୀତାରେ ଗ୍ରଥିତ l
ସର୍ବଗ୍ରନ୍ଥ ଦଧି ଯଥା ଲବଣୀ ମଥିତ ll
ଉପନିଷଦ ଓ ବେଦ ଗାଭୀମତେ ମିଳି l
ଗୋପାଳନନ୍ଦନ କୃଷ୍ଣ ଦୋଗ୍ଧା କୁତୁହଳି ll
ଗାଭୀ କଲେକ ଦୋହନ ବତ୍ସା ପାର୍ଥବୀର l
ପିଇଲେ ସେ ସୁଧାରସ ଗୀତାମୃତ ସାର ll
ରୁଉଚୁ ନରୁଚୁ ନରେ ଖାଅ ସର୍ବେ ପିତା l
ବୁଉଝୁ ନ ବୁଝୁ ପଢ଼ ଭଗବତ୍ ଗୀତା ll
ପରମଶାସ୍ତ୍ର ଅଭ୍ୟାସେ ମାୟାଗ୍ରନ୍ଥି ତୁଟେ l
ସର୍ବଶାସ୍ତ୍ରମୟୀ ଗୀତା ନମସ୍ତେ ନମସ୍ତେ ll