Kishore Nayak

Children


3  

Kishore Nayak

Children


ନକର ଜମା ଡେରି

ନକର ଜମା ଡେରି

1 min 179 1 min 179


ଆସରେ ପିଲେ ଶପଥ ନେବା 

ଚାଲିବା ଲକ୍ଷ୍ୟ ପଥେ 

ଅଜ୍ଞାନ ନାଶି ବୁଦ୍ଧିମତାରେ 

ବସିବା ଜ୍ଞାନ ରଥେ ll

ସମୟ ଚକ ଯାଉଛି ଗଡି 

ନକର ଜମା ଡେରି 

ପାଠ ପଢ଼ାରେ ଦିଅରେ ମନ 

ଟିକେ ହେଳା ନ କରି ll

ଧୈର୍ଯ୍ୟ ସାମର୍ଥ୍ୟ ନିଜ ଭିତରେ 

ବଢ଼ାଇ ଚାଲ ସଦା 

ଲକ୍ଷ୍ୟ ସ୍ଥଳରେ ବିଜୟୀ ହୁଅ 

ଆସୁ ଯେତେ ବିଘ୍ନ ବାଧା ll

ସମୟ ନଷ୍ଟ ନକରି ଜମା 

ଗଢ଼ ନିଜ ଭବିଷ୍ୟତ 

ଠିକ୍ ସମୟେ ଠିକ୍ ନିର୍ଣ୍ଣୟ 

ନିଅ ନହୋଇ ବ୍ୟସ୍ତ ll

ସତ୍ ଚରିତ୍ର ଶୃଙ୍ଖଳା ଜ୍ଞାନ 

ଜଗାଅ ନିଜ ଠାରେ 

ଯୋଗ୍ୟତା ତୁମ ବିପ୍ଳବ ଆଣୁ 

କର୍ମ ମୟ ଜୀବନରେ ll

କର୍ମ ତୁମର ହେଉ ଅମର 

ହସୁ ଏଇ ଦେଶ ଜାତି 

ଯୁଗ ଯୁଗ ଧରି ଝଙ୍କୃତ ହେଉ 

ତୁମରି ଅମର ଗୀତି ll



Rate this content
Log in

More oriya poem from Kishore Nayak

Similar oriya poem from Children