Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Others

4  

Debabrata Mishra

Others

ନିଷ୍ଠୁର ଠାକୁର

ନିଷ୍ଠୁର ଠାକୁର

1 min
379



ଭାଙ୍ଗିଯିବ ଶ୍ରୀମନ୍ଦିର ଖସିଯିବ ନେତ

ନନ୍ଦିଘୋଷ ଗଡ଼ିବନି ହେବନି ତୋ' ଯାତ

ତୋ' ନୀଳଚକ୍ର ଦିନେ ରେ ପଡ଼ିବ ଖସି

ଓଡ଼ିଆ ଆଖିରେ ଲୁହ ତୁ କେମିତି ପାରୁଛୁ ହସି

ତୁ ପରା ବଡ଼ଠାକୁର ସାରା ଜଗତର

ବଡ଼ଦାଣ୍ଡ ଆଉ ତୋର ବଡ଼ ତ ଦୁଆର

ମୂକ ହୋଇ ତୁ ବସିଛୁ ଶୁଣୁନୁ ଚିତ୍କାର

ଓଡ଼ିଆ କହିବେ ତୋତେ ଠାକୁର ନିଷ୍ଠୁର  


ନିର୍ଦ୍ଦୟ ଦେବତା ଜଗାରେ ନିସ୍ତେଜେ ବସିଛୁ

ଭାବହୀନ ହୋଇ କେତେ ଦୁଃଖ ଦେଖୁଅଛୁ

ନିଶିଦିନ ଏଠି କେତେ ଅନୀତି ଅନ୍ୟାୟ

ସତ କହିବାକୁ ସଭିଙ୍କୁ ସବୁବେଳେ ଭୟ

ଯୁବକ ଶକ୍ତିକୁ କେହି କରେ ଶକ୍ତିହୀନ ଆଜି

ଯୁବତୀ କାନ୍ଦୁଛିରେ ଜଗା ନୀରିହ ସରଳ ସାଜି

ଦୟା ନାହିଁ ତୋର ତୁ କେବଳ କାଠର

ଓଡ଼ିଆ କହିବେ ତୋତେ ଠାକୁର ନିଷ୍ଠୁର  


ଷଡ଼ଯନ୍ତ୍ରରେ ଆଜି ଫସିଛି ଓଡ଼ିଶା

ସତ ଜାଣି ନାହିଁ ତେଣୁ ତା'ର ଏ ଦୁର୍ଦ୍ଦଶା

ମୁହଁ ବନ୍ଦ ପାଇଁ ବଣ୍ଟା ହୁଏ କେତେ ଅର୍ଥ 

ସେହି ଅର୍ଥ ଲାଗି ବିବେକ ବୁଦ୍ଧି ସବୁ ବ୍ୟର୍ଥ

ନିଶାସକ୍ତ ନର ଆଜି ହୋଇଅଛି ଅନ୍ଧ

ଛୋଟ ସ୍ୱାର୍ଥ ପାଇଁ ଓଡ଼ିଆର ବିବେକ ଯେ ବଦ୍ଧ

କେମିତି ସହୁଛୁ ତୋ' ଆଗେ ଲୁହ କେତେ ମାଆର

ଓଡ଼ିଆ କହିବେ ତୋତେ ଠାକୁର ନିଷ୍ଠୁର  


ଦେବତା ବୋଲି ତୋ'ର କ'ଣ ଲାଗିବନି ଦୋଷ

ସମସ୍ତେ କାନ୍ଦନ୍ତି ତୁ ଓଠରେ କାହିଁକି ନାଲିର ହସ

ଦେଖାରେ ଦେଖାରେ କାଳିଆ ଶକତି ତୋ' ଦେଖା

ସୁଦର୍ଶନ ଚକ୍ରେ ତୋର ହେଉ ଧର୍ମ ସତ୍ୟ ଲେଖା

ଲୁହଲହୁ ଭରା ଏ ଓଡ଼ିଶାର ଭିତର କଥା

ଅକୁହା ଅଶୁଣା ଠାକୁରେ ତୁ ଜାଣୁ ସବୁ ବ୍ୟଥା

ଯେତେ ଅଭିଯୋଗ ଗାଳି ଏହି ମୋ' ମନର

କହୁଥିବି ତୋତେ ତୁ ସତରେ ନିଷ୍ଠୁର ଠାକୁର। 



Rate this content
Log in