ନିଶା ରାକ୍ଷସ
ନିଶା ରାକ୍ଷସ
ନିଶା ରାକ୍ଷସଟି ବାନ୍ଧେ ଯୁବ ଗୋଷ୍ଟି
ଶକ୍ତ ତାର ଦୃଢ଼ ଫାଶେ
ଅନଳେ ପତଙ୍ଗ ସାଗରେ ତରଙ୍ଗ
ସମ ଯୁବ ଗୋଷ୍ଟି ରସେ ।
ଡ୍ରଗସ୍ ପାଉଡର ମଦ କାରବାର
ଗୁଟଖା ଭାଙ୍ଗ ଗଞ୍ଜେଇ
ରାହୁ ଗ୍ରାସ ଭଳି ଗ୍ରାସିତ ଗଲାଣି
ଯୁବ ଗୋଷ୍ଟି ହେଲେ ବାଇ ।
ପାକାଶାଳା ଭଳି ଅଛି ପାକସ୍ଥଳୀ
ସବୁରି ଜୀବନ୍ତ ଦେହେ
କରଇ ଦହନ ଅନ୍ତେ ଦ୍ରବ୍ୟ ମାନ
ସାରାଂଶ ଶରୀରେ ବହେ ।
ରକ୍ତ ମାଂସେ ଗଢା ପାକସ୍ଥଳୀ ମୁଣା
ଅଟେ ଭାରି ଶକ୍ତିମାନ
ଖାଦ୍ୟ ହେଉ ଯେତେ କଠିନ ନରମ
ସବୁକୁ କରେ ପେଷଣ ।
କଲେ ସେ ପେଷଣ ଉତ୍ପନ୍ନ ପୋଷଣ
ହୁଏ ଶରୀର ଗଠନ
ବଇରୀ ତାହାର ନିଶା ଆଲକୋହଲ୍
ଗୁଟଖା ଜରଦା ପାନ ।
ଶରୀର
ର ଅଙ୍ଗେ ମୂଲ୍ୟବାନ ଅଙ୍ଗ
ଯତନେ ରଖ ସାଇତି
କ୍ଷଣିକ ନିଶାର ସୁଖର ଆସର
ଜାଳି ଦିଏ ସୁଖ ଶାନ୍ତି ।
ଲିଭର୍ ଦଣ୍ଡିସ୍ ଲିଭର କ୍ୟାନସର
ଲିଭର ଦୁର୍ବଳ ପଣ
ହିନସ୍ଥା କରଇ ଜୀବନକୁ ଭାଇ
ଡାକି ଆଣଇ ମରଣ ।
ମୂଲ୍ୟବାନ ଏହି ଜୀବନକୁ ବିହି
ଗଢ଼ିଛନ୍ତି ନିଜ ହାତେ
ଆମେ ଆମ ହାତେ ଆମ ଜୀବନକୁ
କେମିତି ନେଉଛେ ସତେ ।
ସମାଜ ମଙ୍ଗଳ ପାଇଁ ଏ ଶରୀର
ପଥେ ଯେତେ କଷ୍ଟ ଆସୁ
ଈଶ୍ୱର ଚିନ୍ତନ ସତ୍ କର୍ମେ ମନ
ସଦା ଏ ଜୀବନ ରସୁ ।
ସାର୍ଥକ କରିବା କରି ଜନ ସେବା
ଦୁଃଖୀର ଦୁଃଖକୁ ହରି
ନିଶା ଦୂରେଇବା ସଂଗ୍ରାମ କରିବା
ଗାନ୍ଧୀ ଗୋପବନ୍ଧୁ ପରି ।