....... ନିସ୍ଵାର୍ଥ ......
....... ନିସ୍ଵାର୍ଥ ......
ନି ଶ୍ୱାର୍ଥ କାମନା ପ୍ରେମର ଭାବନା
ସତ୍ୟ, ଶିବ ଓ ସୁନ୍ଦର
ଆତ୍ମାର ମିଳନ ଈଶ୍ୱର ପ୍ରଦାନ
ମନ ହେଉଛି ମନ୍ଦିର ।୧।
ନାହିଁ ଅଧିକାର ତଥାପି ନିଜର
ସର୍ବସ୍ବ କରଇ ଦାନ
ଛୁଇଁ ବାକୁ ଦିଏ ଶରୀର କୁ ତାର
ମହାନ ତାହାର ମନ ।୨।
ଅଧିକାର ମାଗେ ଦୁନିଆର ଆଗେ
ତାପରେ ମିଳଇ ଛୁଆଁ
କହି କେ ପାରିବ କାହାର ପିରତି ?
ଅନ୍ତରେ ଲଗାଏ ନିଆଁ ?।୩।
କେବେ ସେ କୁହେନା ମନା ବି କରେନା
ସହି ଯାଏ ହସି ହସି
ପୁରୁଷ ଜାତିଟା ଭାରି ଅବି ବେକି
ବୁଝେନା ପ୍ରେମିକା ଖୁସି ।୪।
ସବୁ ସେ କୁହଇ ଅଝଟ କରଇ
ବୁଝିବନି ସୁଖ ଦୁଃଖ
କହିଲେ କହିବ ବାହା ମୁ ହେଇଛି
ପରଖିକି ଟିକେ ଦେଖ ।୫।
ସ୍ତ୍ରୀ ଓ ପ୍ରେମିକା ଦେଖା କର ଏକା
ଉଭୟ ଜୀବନ ସାଥୀ
ଦୁନିଆ ଆଗରେ ପତ୍ନୀ ର ସାଥିରେ
ପ୍ରେମିକା ଅନ୍ତରେ ନିତି ।୬।
କହି କେ ପାରିବ ? କଣ କରିବ ?
କିଏ ପ୍ରକୃତ ରେ ସାଥି
କା ପ୍ରେମ ଆମର ? କା ପ୍ରେମ ଜହର?
କେଉଁଠି ବିତିବ ରାତି ! ।୭।
....... ××× .......

