ନିରୁଦ୍ଦିଷ୍ଟ କି ଆଜି ତୁମେ -୨
ନିରୁଦ୍ଦିଷ୍ଟ କି ଆଜି ତୁମେ -୨
ହେ ସର୍ବବ୍ୟାପୀ
ଆଶ୍ରୟ ତୁମ କେଉଁଠି ?
ବୁଲୁଛ କି ନିରାଶ୍ରୟେ
ଭୀତ ହୋଇ ଅନ୍ୟାୟୀ ଅନ୍ୟାୟେ
ବଧିର କି ଆଜି ଏ ମହୀରେ
ଥରୁ ନି କି କର୍ଣ୍ଣ ତବ ଆରତର ଡାକେ
କମ୍ପୁନି କି ଦେହ ତବ ଅନ୍ୟୟି ହୁଙ୍କାରେ
ଆଜି କିମ୍ପାଇଁ ପେସୁନ ତୁମ ସୁଦର୍ଶନ
ଅନ୍ୟାୟକୁ ଧ୍ବଂସିବାର ଅର୍ଥେ
ସାମର୍ଥ୍ୟ କି ନାହିଁ ତବ
ଲଢିବାକୁ କଳିର ଏ କଂସ ଆଉ ରାବଣ ସଙ୍ଗତେ ।
ମୋହସକ୍ତ କି ଆଜି ତୁମେ
କୋଉ ଏକ ମୀରାର ସଂଗୀତେ
ବନ୍ଦି କି ତୁମେ ରାସେଶ୍ଵରୀ ରାଧିକା ପ୍ରେମରେ
ଲୀନ ଆଜି ତୁମେ ଗୋପୀ ଗୋଷ୍ଠେ
ପାଟବଂଶୀ ମାନଙ୍କ ମେଳରେ
ଶୟନରତ କି କୋଉ ଲତିକା ଶରୀରେ
ବିଦୀର୍ଣ୍ଣ କି ଆଜି ତୁମେ
ଇହୁଦୀର କ୍ଷୁବ୍ଧ କଣ୍ଟା ଘାତେ
ନିରୁଦ୍ଦିଷ୍ଟ କି ଆଜି ତୁମେ ବିଧର୍ମୀ ଭୟରେ
ମିଛ ଆଉ ମାୟାର କୋଳରେ
ସନ୍ଦେହ ମୋ ନାହିଁ ଆଉ
ହେ ଈଶ୍ୱର ,ହେ ଆହ୍ଲା ହେ ଯୀଶୁ
ତମେ ସିନା ଏକ
ହେଲେ ତୁମେ ତ ଅନେକ ଆଜି ତୁମରି ସୃଷ୍ଟିରେ ।