Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ନିର୍ମାଲ୍ୟ

ନିର୍ମାଲ୍ୟ

2 mins
329


ପୁରୀ ଯିବା ବାଟରେ ଗାଡିଟି ହଠାତ୍ ଅଠରନଳା ପାଖରେ ଅଟକିଲା । ମଧ୍ୟ ବୟସର ଏକ ଦମ୍ପତିଙ୍କ ସହିତ ଥିବା କିଶୋର ପିଲାଟି ଓହ୍ଲାଇ ପଡି ବାପାଙ୍କ ପଛେ ପଛେ ଚାଲୁଥାଏ। ପିଲାଟି ବାପାଙ୍କ ହାତକୁ ଭିଡି ଧରି ପଚାରୁଥାଏ- ଏଠି ଶ୍ରୀମନ୍ଦିର କେଉଁଠି ଅଛି ,ଦିଶୁନି ତ ବାପା ?

ବାପା ପୋଲ ପାଖରେ ଅଟକି ଯାଇ କହିଲେ-ଶୁଣ ଆଲୋକ, ତୁ ମୋ ସହିତ ଆଉ ଗୋଟିଏ ମାତ୍ର ପାଦ ଠିକ ପୋଲ ଉପରେ ରଖି ଏହି ପଟକୁ ଚାହିଁ ଦେଖ, ତୋତେ ନୀଳ ଆକାଶର ନୀଳିମାକୁ ଜିଣି ଶ୍ରୀମନ୍ଦିରର ନୀଳଚକ୍ର ଏବଂ ଦଧିନଉତି ଦିଶିବ ।

ଆଲୋକ କହିଲା- ଠିକ କଥା, ସତରେ ବଡ଼ ଚମତ୍କାର ଦିଶୁଛି ବାପା ।

ବାପା କହିଲେ-ଏହି ପ୍ରସିଦ୍ଧ ଅଠର ନଳା ପୋଲଟି ତ୍ରୟୋଦଶ ଶତାବ୍ଦୀରୁ ମୂଷା ନଈ ଉପରେ ଗଙ୍ଗ ବ°ଶର ଶେଷ ରାଜା ଭାନୁଦେବଙ୍କ ଦ୍ୱାରା ନିର୍ମିତ ହୋଇଥିବା କୁହାଯାଏ ।କଳା ଓ ବାଲିଆ ପଥରରେ ତିଆରି 19ଟି ସ୍ତମ୍ଭ ଏବଂ 18 ଟି ନଳା ଥିବା ଏହି ପୋଲ ଆମର ଏକ ଐତିହାସିକ କୀର୍ତ୍ତି ଅଟେ ।

ଆଲୋକ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । ପୁଣି ପଚାରିଲା-ଠାକୁର ଜଗନ୍ନାଥଙ୍କୁ ଏତେ ମହାପ୍ରସାଦ ଭୋଗ ଲଗାଯାଏ, ସତରେ କଣ ସିଏ ସବୁ ଖାଇଥାନ୍ତି ?

ବାପା କହିଲେ-ଠାକୁରଙ୍କର ମନ୍ଦିରର ଠିକ ଅଗ୍ନିକୋଣରେ ଏକ ବଡ଼ ରୋଷେଇ ଘର ଅଛି ।ଏଠାରେ ଅମଣିଆ ଅନ୍ନକୁ ନାଲି ମାଟି ହାଣ୍ଡିରେ ଶାସ୍ତ୍ରୀୟ ବିଧି ବିଧାନ ଅନୁସାରେ ପାକ କରାଯାଏ । ପୁଣି ମାଟି କୁଡୁଆରେ ଅବଢ଼ା ରଖି ଠାକୁରମାନଙ୍କୁ ଲାଗି ଓ ମାଆ ବିମଳାଙ୍କୁ ଅର୍ପଣ ହୋଇସାରିଲେ ମହାପ୍ରସାଦରେ ପରିଣତ ହୁଏ। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରନ୍ତି ।କେବେ ଏହା ଅଭାବ ପଡେ ନାହିଁ କି ଏହାର ଗୋଟିଏ ଦାନା ବି ନଷ୍ଟ ହୁଏ ନାହିଁ । ଶୁଖା ଯାଇଥିବା ମହାପ୍ରସାଦକୁ ମାହାର୍ଦ୍ଦ, କୈବଲ୍ୟ ବା ନିର୍ମାଲ୍ୟ ମଧ୍ୟ କୁହାଯାଏ ।

ଭୋଗ ବା ପ୍ରସାଦ ଲାଗି ହେଲେ ସତକୁ ସତ ଠାକୁର କିଛି ଖାଆନ୍ତି ନାହିଁ, କେବଳ ଆମର ଅହଙ୍କାରକୁ ହରଣ ବା ଗ୍ରହଣ କରି ନିଅନ୍ତି । ତେଣୁ ଏହା ପରମ ଶୁଦ୍ଧ, ପବିତ୍ର ଏବଂ ପରମ ବ୍ରହ୍ମ ମହାପ୍ରଭୁ ଜଗନ୍ନାଥଙ୍କ ସ୍ୱରୂପ ଭାବେ ବିବାହ ବ୍ରତ ଏବଂ ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ଗ୍ରହଣ କରାହୁଏ ।

ସମସ୍ତେ ଅଠର ନଳା ଉପରୁ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଯୋଡି ପ୍ରଣାମ କଲେ ଏବଂ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କଲେ । 

ସେହି କିଶୋର ପିଲାଟିର ମୁଖ ମଣ୍ଡଳରେ ଅମୃତମୟ ଜିଜ୍ଞାସା ଏବେ ବି ନୀଳଚକ୍ର ପରି ମୋ ଆଖି ଆଗରେ ଭାସି ଉଠେ । କର୍ମ, ଜ୍ଞାନ,ଭାବଭକ୍ତି ଏବଂ ଜୀବନର ପ୍ରତିଟି କ୍ଷେତ୍ରରେ ଏ ଜାତି ମହାନ ଜଗନ୍ନାଥ ସ°ସ୍କୃତି ରୂପକ ବିଭୂତି ସହିତ ଓତଃପ୍ରୋତ ଭାବେ ଜଡିତ ହୋଇ ରହିଥିବା ଉପଲବ୍ଧି କରି ମନ ଆନନ୍ଦରେ ଗଦଗଦ ହୋଇଉଠେ । 

 -------



Rate this content
Log in

Similar oriya poem from Inspirational