Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ନିର୍ଜଳା ଏକାଦଶୀ

ନିର୍ଜଳା ଏକାଦଶୀ

3 mins
139



ଶ୍ରୀଲ ସନାତନ ଗୋସ୍ୱାମୀ ବଖାଣି ଛନ୍ତି

 ଶରଣାଗତି ନିମନ୍ତେ ବିଧି ଛଅ ଟି ।

ଭକ୍ତି ପାଇଁ ଅନୁକୂଳ ଅଟଇ ଯାହା

କଷ୍ଟ ହେଲେବି ନିଷ୍ଠା ରେ ପାଳିବ ତାହା ।

ଅଟଳ ବିଶ୍ବାସ ଭାବ ଅଗାଢ ଭକ୍ତି

ଜୀବନେ ମିଳଇ ଶାନ୍ତି ଇଶ୍ଵର ପ୍ରାପ୍ତି।

ପରଚର୍ଚ୍ଚା ପର ନିନ୍ଦା ମନ୍ଦ ପ୍ରକୃତି

ପରିହର ଯେତେ ପ୍ରତିକୂଳ ପ୍ରବୃତ୍ତି ।

ଆତ୍ମସୁଦ୍ଧି ଆତ୍ମଜ୍ଞାନ ଆତ୍ମ ସମିକ୍ଷା 

ଶରାଣାପର୍ଣ୍ଣ ର ସର୍ବଦିଗ ସୁରକ୍ଷା।

ଭକ୍ତି ବିଧି ବିଧାନ ମଧ୍ୟେ ଏକାଦଶୀ

ମହତ୍ତ୍ୱପୂର୍ଣ୍ଣ ବ୍ରତ ପୂଣ୍ୟ ଅବିନାଶି ।

ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେଇ

ଶ୍ରୀକୃଷ୍ଣ କହିଥିଲେ କଥାଟି ବୁଝାଇ।

ବିଷ୍ଣୁଙ୍କ ଶରୀରୁ ଏକାଦଶୀ ର ସୃଷ୍ଟି

ବିଷ୍ଣୁଙ୍କର ଭାରି ପ୍ରିୟ ପବିତ୍ର ତିଥି।

ଶୁକ୍ଳ ହେଉ ଅବା ହେଉ ସେ କୃଷ୍ଣ ପକ୍ଷ

ଏକାଦଶୀ ବ୍ରତ କଲେ ମିଳଇ ମୋକ୍ଷ।

ମାଧବ ମାଧବ ହରି ସାଧବେ ସ୍ମରି

ଅରଜନ୍ତି ମହା ପୂଣ୍ୟ ଏବ୍ରତ କରି ।


ଏକାଦଶୀ ବ୍ରତ ର ଯେ ଅନେକ ବିଧି

ନିର୍ଜଳା ଉପବାସେ ଆତ୍ମା ହୁଏ ସିଦ୍ଧି।

ନିର୍ଜଳା ଉପବାସ ସୁଫଳ ଅନେକ

ଦେହ ମନ ସୁସ୍ଥ ରହେ ମିଳଇ ସୁଖ ।

ମନରେ ଭକ୍ତି ଭାବ ରହେ ଅତୁଟ

ଆନନ ଦାୟକ ହୁଏ ଜୀବନ ପଥ ।

ସାରା ବର୍ଷ ଏକାଦଶୀ ବ୍ରତ ପାଳନ

ଭୋଜନ କରି ବ୍ରତୀ କରନ୍ତି ଭଜନ।

ଏକ ବକ୍ତ ଖାଇ ଅବା ଫଳ ଆହାର

ବ୍ରତ ପାଳିଥାନ୍ତି ବ୍ରତୀ ଭାବ ଭକ୍ତି ର।

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଗୋଟିଏ ଦିନ

ନିର୍ଜଳା ଉପବାସ ରେ ବ୍ରତ ପାଳନ।

ସେଲାଗି ନିର୍ଜଳା ଏକାଦଶୀ ନାମେତ

ସେ ବ୍ରତ ହୋଇଅଛି ଜଗତରେ କ୍ଷାତ ।

ଦ୍ବିତୀୟ ପାଣ୍ଡବ ଭୀମ ବହୁ କଷ୍ଟରେ

ପାଳୁଥିଲେ ଏହି ବ୍ରତ ଭକ୍ତି ନିଷ୍ଠା ରେ।

ବ୍ରତ ଦେଇଥିଲା ତାଙ୍କୁ ଅମାପ ଶକ୍ତି

ପାରୁଥିଲେ ଦାଉଧକ୍କା ସବୁ ସେ ଜିତି ।

ତେଣୁ ଏହି ଏକାଦଶୀ ନାମ ଅଛିଟି

ଭୀମ ଏକାଦଶୀ ସେତ ପବିତ୍ର ତିଥି।


ଭୀମସେନ କହିଲେ ଶ୍ରୀକୃଷ୍ଣ ଙ୍କୁ ଦିନେ

ଆଶଙ୍କା ଉପୁଜେ ଶଖା ମୋହରି ମନେ ।

ତୁମ୍ଭ ଉପଦେଶ ମାନି ମୋ ଭାଇମାନେ

ଏକାଦଶୀ ବ୍ରତ କରିଥାନ୍ତି ସେମାନେ ।

ମୋ ପାଇଁ ଏକାଦଶୀ ବ୍ରତ ପାଳନ

ଉପବାସେ ଉପାସନା ଭାରି କଠିନ ।

ପାରେନାହିଁ ସହି ଜମା ଭୋକର ଜ୍ବଳା

କେମିତି ପାଳିବି କୁହ ବ୍ରତ ଯେ ଭଲା ।

ବ୍ରତବିନା ଜୀବନ ଯେ ହେବ ଅସାର

ପାରିବିନି ପ୍ରଭୁଙ୍କର ଚରଣ ଲାଭ।

ସମସ୍ତଙ୍କୁ ଶଖା ତୁମେ ବାଟ ଦେଖାଅ

ଅଛି ଯଦି ବାଟ କିଛି ବତାଇ ଦିଅ ।

ଭୀମଙ୍କର କଥା ଶୁଣି କହିଲେ କୃଷ୍ଣ

ନାହଁ ବ୍ରତ ଏକାଦଶୀ ବ୍ରତ ସମାନ।

ଚବିଶ ଏକାଦଶୀ ନପାରି ଲେ କରି

ଅଛି ଏକ ଏକାଦଶୀ କଠିନ ଭାରି ।

ସେହି ଗୋଟିଏ ଦିନ ରଖିଲେ ବ୍ରତ

ସାରା ବର୍ଷ ଏକାଦଶୀ ଫଳ ମିଳେ ତ ।

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ନାମ ନିର୍ଜଳା

ଜଳ ଆହାର ସ୍ପର୍ଶ ମନା ହୁଏ ଭଲା ।


ସେହି ଗୋଟିଏ ଦିନ ବ୍ରତ ଯେ ପାଳିବ

ନିର୍ଜଳା ଉପବାସେ ବିଷ୍ଣୁ ଙ୍କୁ ସ୍ମରିବ ।

ବରଷକେ ଦିନଟିଏ କରିବ କଷ୍ଟ

ଚବିଶ ଏକାଦଶୀ ଫଳ ହେବ ପ୍ରାପ୍ତ।

କୃଷ୍ଣ ଙ୍କର ଉପଦେଶ ଭୀମ ମାନିଲେ

ବରଷକେ ଦିନଟିଏ ବ୍ରତ ରଖିଲେ ।

ଛୁଇଁଲେ ନାହିଁ ସେଦିନ ଜଳ ଅବା ଅନ୍ନ

ସାରାଦିନ ସାରା ରାତି ନାମ କିର୍ତ୍ତନ।

ସାରା ବରଷର ଫଳ ତାଙ୍କୁ ମିଳିଲା

ବିଷ୍ଣୁଙ୍କ ପାଦରେ ଆତ୍ମା ଲୀନ ହୋଇଲା ।

ସେଲାଗି ପୂରାଣ ପୋଥି କରେ ବର୍ଣ୍ଣନ

ନିର୍ଜଳା ଏକାଦଶୀ ତିଥି ମହାନ।

ନିର୍ଜଳା ଉପବାସ ଭାରି କଠିନ

ମଧୁର ଫଳ ଜୀବନ ହୁଅଇ ଧନ୍ୟ ।

ଉପବାସ ମହିମା ଯେ ଅଟେ ଅଶେଷ

ଶରୀର ଠୁ ଆତ୍ମା ପ୍ରତି ବଢେ ବିଶ୍ବାସ।

ସୁସ୍ଥ ମନ ସୂସ୍ଥ ପ୍ରାଣ ସୁସ୍ଥ ଜୀବନ

ଉପବାସେ ଏକାଗ୍ରତା ଚିତ୍ତ ଶୋଧନ।

ନିର୍ଜଳା ଏକାଦଶୀ ଭାବ ଭକ୍ତି ନିଷ୍ଠା

ଆଣିଦିଏ ଜୀବନେ ସମ୍ମାନ ପ୍ରତିଷ୍ଠା।


ସେହି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ଟି

ଶ୍ରୀମନ୍ଦିରେ ରୁକ୍ମିଣୀ ବିବାହ ହୁଏ ଟି ।

ଦ୍ଵାପର ଯୁଗର ଲିଳା ବଡ଼ ଦେଉଳେ

ଆନନ୍ଦ ଉଲ୍ଲାସରେ ଶ୍ରୀକ୍ଷେତ୍ର ଉଛୁଳେ ।

ଶ୍ରୀଦେବୀ ରୁକ୍ମିଣୀ ରୂପେ ବେଶ ହୁଅନ୍ତି

ମହାଜନମାନେ ତାଙ୍କୁ ଧରି ଯାଆନ୍ତି।

ସାତ ପାହାଚ ପାଖରେ ପାଲିଙ୍କି ଥୁଆ

ପାଲିଙ୍କି ରେ ବିଜେ କରିଥାନ୍ତି ଯେ ମାଆ ।

ବିମାନ ବଡୁ ପାଲିଙ୍କି ବୋହି ନିଅନ୍ତି

ଲକ୍ଷ୍ମୀ ମନ୍ଦିରେ ମାଆଙ୍କୁ ବିଜେ କରାନ୍ତି।

ପଞ୍ଚାମୃତେ ମାଆଙ୍କର ହୁଏ ସ୍ନାହାନ

ମାଆଙ୍କ ପାଇଁ ଚିଟାଉ ହୁଏ ଲିଖନ ।

ମାଆଙ୍କର ମନକଥା ଲେଖା ହୁଏ ଟି

କୃଷ୍ଣ ଙ୍କୁ ସେ ମନେମନେ ଭଲ ପାଆନ୍ତି।

ବାପା ତାଙ୍କ ଚହୂଁଛନ୍ତି ଶିଶୁପାଳ ଙ୍କୁ

ବିଭାଦେବେ ତାଙ୍କ ସେହି କନ୍ଯା ରତ୍ନ ଙ୍କୁ।

ଚିଟାଉ ହାତରେ ଧରି ଜଣେ ବ୍ରାହ୍ମଣ

ବଡ଼ଦେଉଳକୁ ସେ ଯାଆନ୍ତି ତତ୍କ୍ଷଣ ।

କୃଷ୍ଣ ରୂପେ ମଦନ ମୋହନ ଯେ ତହିଁ

ଆଗେଇ ଆସନ୍ତି ପ୍ରଭୁ ଚିଟାଉ ପାଇ ।


ବିମଳା ଙ୍କ ମନ୍ଦିର ରେ ଜଗି ବସନ୍ତି

ଦେବୀଙ୍କ ପୂଜା ପାଇଁ ରୁକ୍ମିଣୀ ଆସନ୍ତି।

କୃଷ୍ଣ କରନ୍ତି ଯେବେ ରୁକ୍ମିଣୀ ହରଣ

ଶିଶୁପାଳ ସୈନ୍ୟ କରନ୍ତି ଆକ୍ରମଣ।

ପରାଜିତ ହୋଇ ଶିଶୁପାଳ ଫେରନ୍ତି

ରୁକ୍ମିଣୀ ଙ୍କୁ ନେଇ ପ୍ରଭୁ ମନ୍ଦିର ଯାନ୍ତି।

ମନ୍ଦିର ଚାରି ଦ୍ବାର ଫୁଲେ ହୁଏ ସଜା

ବାହାଘର ପାଇଁ ବାଜେ ମଙ୍ଗଳ ବାଜା ।

ଦେବ ବିବାହ ନୀତି ହୁଏ ସମ୍ପର୍ଣ୍ଣ

ବେଢା ପରିକ୍ରମା ହୁଏ ତାପର ଦିନ।

ସୁସଜ୍ଜିତ ପାଲିଙ୍କି ରେ ଦେବ ଦମ୍ପତି

ମନ୍ଦିର ବେଢ଼ା ପରିକ୍ରମା ଯେ କରନ୍ତି।

ମହାପ୍ରଭୁ ଙ୍କର ଏହି ଅପୂର୍ବ ଲିଳା

ଦରଶନେ ଉଣା ହୁଏ ସଂସାର ଜ୍ବଳା ।

ଶ୍ରୀମନ୍ଦିରେ ହୁଏ ତେଣୁ ଭକ୍ତ ଗହଳି

ଜୟ ଜଗନ୍ନାଥ ଧ୍ବନି ପଡ଼େ ଉଛୁଳି।

ଧନ୍ୟ ମହାପ୍ରଭୁ ତୁମ ଲିଳା ମହାନ

ତୁମ ବ୍ରତ ପାଳି ଆମେ ହେଉଛୁ ଧନ୍ୟ।

ଠିକେଠିକେ କଥା ତୁମ କଲି ବର୍ଣ୍ଣନ

ଦୋଷ ଥିଲେ କ୍ଷମା ଦେବ ଦିଲ୍ଲୀପେ ଜାଣ ।


Rate this content
Log in

Similar oriya poem from Classics