Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tushar Kanta Prasad

Others

2  

Tushar Kanta Prasad

Others

ନିର୍ଦ୍ଦୟୀ ପ୍ରେମିକା

ନିର୍ଦ୍ଦୟୀ ପ୍ରେମିକା

1 min
6.8K


ନିର୍ଦ୍ଦୟୀ ପ୍ରେମିକା


ହାତ ଧରିଥିଲା ସାଥି କରିବାକୁ ଏକା,

ପ୍ରେମ ତାର ପ୍ରେମ ନୁହେଁ ଥିଲା ମରୀଚିକା ।


ମାଖିଥିଲା ମୁଖେ ରଙ୍ଗ ପଡିଗଲା ଫିକା,

ଛଳନାର ଯେତେ ରଙ୍ଗ ସବୁ ହେଲା ଦେଖା।


ଚଲାପଥେ ସାଥି ତୋର ବିଛେଇଲି ଫୁଲ,

ନିଆଁ ସାଜି ଆଜି ମୋତେ କରିଗଲୁ ଗେଲ।


ଯିବାବେଳେ ବାଧା ଦେବି ଥିଲା ତୋର ଚିନ୍ତା,

ସେଥିପାଇଁ ଜହରରେ ସଜେଇଲୁ ଚିତା।


ତୋ ହାତେ ମରଣ ମୋର ନଥିଲା କି ଲେଖା,

ଜହରବି ତୋପରିଲୋ ଦେଲା ତୋତେ ଧୋକା।


ହୃଦୟରେ ରଖି ତୋତେ ଦେଲି ଯେଉଁ ସ୍ଥାନ,

ହୃଦୟେ ଆଘାତ ଦେଇ କଲୁ ଅପମାନ।


ମୋ ପରି ଆଉ କାହାକୁ ଦେବୁ ନାହିଁ ଧୋକା,

କହିବ ଦୁନିଆ ତୋତେ ନିର୍ଦ୍ଦୟୀ ପ୍ରେମିକା।


ତୁଷାରକାନ୍ତ ପ୍ରସାଦ

ବରୀ, ଯାଜପୁର

ମୋ - 9178500548


Rate this content
Log in