Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

4  

Sukadev Mahanta

Inspirational

ନିରବତା

ନିରବତା

1 min
218


ନିରବତା 

 ନୁହେଁ ଦୁର୍ବଳତା

ମନ ଓ ଶରୀର ପାଇଁ

 ଏକ ଆବଶ୍ୟକତା

ନିରବତାର ଶୂନ୍ୟତା

ସକଳର ସୃଷ୍ଟିକର୍ତ୍ତା ||

ଅନ୍ତରୀକ୍ଷରେ ନିରବତା

ସୃଷ୍ଟି କରିଛି ନୀହାରିକା

କେତେ ଶାନ୍ତ କାନ୍ତ

ଲାଗୁଥିବ ସତେ 

 ସେ ମହାକାଶର ଶୂନ୍ୟତା!


ଶୂନ୍ୟତା ଓ ନିରବତା

ଆଣିଦିଏ ପୂର୍ଣ୍ଣ ଏକାଗ୍ରତା

ଆତ୍ମା ସଙ୍ଗେ ପରମାତ୍ମାର ସମ୍ପର୍କ

ଗଢିତୋଳେ ଚିନ୍ତା ଚୈତନ୍ୟର ଏକତା

ଜୀବନର ପ୍ରତିଟି କର୍ମେ ରଚେ ସଫଳତା||


ଯିଏ ପାଳୁଥାଏ ନିରବତା

କହିବା ପୂର୍ବରୁ କରେ ସେ ଗଭୀର ଚିନ୍ତା

 ବକ୍ତବ୍ୟର ଭାବାର୍ଥର ପ୍ରକୃତ ସତ୍ୟତା

କରିବା କହିବା ଆଗୁ

 ନିରବେ ଖଟାଏ ତା ବୁଦ୍ଧିମତ୍ତା ||


 ନିରବତା ପାଳୁଥିବା ଜନ

 ମତ ଦିଏ ଅତି ମୂଲ୍ୟବାନ

 ବୋକା ନୁହେଁ ଖୁବ୍ ବୁଦ୍ଧିମାନ

ଭାବ ଲାଜକୁଳା କହେନାହିଁ ବୋଲି ମୂଲ୍ୟହୀନ||


ପାଶେ ତାର ଧୈର୍ଯ୍ୟ ସୀମାହୀନ

 ହିମାଳୟ ସମ ଆତ୍ମବିଶ୍ୱାସମାନ

ପ୍ରଚଣ୍ଡ ଧୀ କରିବାକୁ ବିଶ୍ଳେଷଣ

ଦକ୍ଷତାମାନ କରିବାକୁ ନିଜ କର୍ମମାନ

କାହାର ସହାୟତା ନାହିଁ ପ୍ରୟୋଜନ ||

 

ନୁହେଁ ସିଏ ଅସାମାଜିକ

ଶତ ପ୍ରତିଶତ ସାମାଜିକ

 ନିରବେ କରଇ ସବୁ ଉପଯୋଗତକ

ଅସାଧ୍ୟ ସାଧନ କରେ ଶାନ୍ତିର ବାହକ ||


କୋଳାହଳ ପରିପୂର୍ଣ୍ଣ ପୃଥିବୀ ବକ୍ଷରେ

 ଶତଚେଷ୍ଟାରେ ମିଳେନି ନିରବତା ଥରେ

ମହାମାରୀ ଆଜି କରିଅଛି ଚେଷ୍ଟା ଥରେ

ମୁହେଁ ତୁଣ୍ଡି ବାନ୍ଧି ବାଧ୍ୟ ସର୍ବେ ରହିବାକୁ ଘରେ ||


ଏହି ଭୟଟିକୁ ସଦା ରଖ ହେ ବୁକୁରେ

ନିରବତା ରକ୍ଷା କର ଏହି ପୃଥିବୀରେ

ଶରୀର ଭିତରେ ବାହାରେ ସବୁଠାରେ

ନିରବତା ପହଞ୍ଚାଇଦେବ ସଫଳତାର ଶୀଖରେ ||



Rate this content
Log in

Similar oriya poem from Inspirational