Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Tragedy

3  

Aishwarya Mishra

Tragedy

ନିର୍ବାସିତା

ନିର୍ବାସିତା

1 min
164


ଭୁଲ୍ କୁ କେବେ ପଚାରିଛ ,

କ'ଣ ଏହାର ସଂଜ୍ଞା !

କେତେ ଠିକ୍ ଏହାର ପରିଭାଷା !

କ'ଣ ଏହାର ପରିଧି !

କେତେ ବା ତା'ର ପରିସୀମା !


ଜାତି , ଧର୍ମ , ଲିଙ୍ଗ ବ୍ୟବଧାନରେ,

ଭୁଲ୍ ସମସ୍ତଙ୍କ ପାଇଁ 

ସମାନ ରୂପେ ଭୁଲ୍ ତ !

ଅଥବା କେବେ କେବେ 

ପରିସ୍ଥିତି ଅନୁଯାୟୀ ପରିବର୍ତ୍ତିତ ହୁଏ ,

ଭୁଲ୍ ର ମାନେ !!!


ଯୁଗ ଯୁଗ ଧରି ନାରୀ ଉପରେ,

କ'ଣ ପାଇଁ ଲଦି ଦିଆଯାଏ,

ସବୁ ଭୁଲ୍ ର ଉତ୍ତର ଦାୟିତ୍ୱ !

ବିନା ଦୋଷରେ ବି ,

ଦଣ୍ଡବିଧାନ ତ ପୂର୍ବ-ନିର୍ଦ୍ଧାରିତ ,


କିଏ କେବେ ପଚାରିଛନ୍ତି ,

ଅବା ଜାଣିବାକୁ ଚେଷ୍ଟା କରିଛନ୍ତି ,

ଅହଲ୍ୟାଙ୍କ ମାନସିକତା !


କ'ଣ ବା ଭୁଲ୍ ଥିଲା ତାଙ୍କର !!!

କାହିଁ ସେ ଅକାରଣେ ଭୋଗିଲେ,

ଜୀବନରୁ ନିର୍ବାସନ !


ରାମଙ୍କ ପ୍ରତୀକ୍ଷାରେ ,

ମୁକ୍ତିର ଅପେକ୍ଷାରେ ,

ମଣିଷରୁ ପାଲଟିଲେ ପଥର,


କ'ଣ ଏତେ ସହଜ ,

ନାରୀଟିର ବିଶ୍ଵାସକୁ ଭାଙ୍ଗି ,

ପ୍ରେମ ଆଳରେ ପ୍ରତାରଣା କରି,

ତା'କୁ ସଜେଇଦେବା ,

ପବିତ୍ରାରୁ ପତିତା ରୂପେ ,


ଯଦି ପୁରୁଷଟିର ସବୁ

ଭୁଲ୍ ନିମନ୍ତେ କ୍ଷମା ସମ୍ଭବପର !

ତେବେ ନାରୀ ନିମନ୍ତେ ,

ପଶ୍ଚାତାପର ସୁଯୋଗ ବି ନ ଦେବା

କେଉଁ ପ୍ରକାର ବଡ଼ପଣ !


ମୋ ମନରେ ତ ସବୁବେଳେ

ସେଇ ଗୋଟେ ହିଁ ପ୍ରଶ୍ନ !

କ'ଣ ନାରୀଟିଏ ବୋଲି,

ସେ ବୋହି ବୋହି ଚାଲେ

ଅତଳ ଭୁଲ୍ ର ବୋଝକୁ ନିଜ ମୁଣ୍ଡରେ,


ବିନା ଦୋଷରେ ,

କେବେ ନୀରବରେ,

ତ କେବେ କୋଳାହଳର ସହ ,

ସେ ହୁଏ ଦଣ୍ଡିତା , ନିର୍ଯାତିତା 

ଆଉ ନିର୍ବାସିତା ।


Rate this content
Log in

Similar oriya poem from Tragedy