ନିର୍ବାଣ
ନିର୍ବାଣ
ମୋତେ ଦିଅ ହେ ନିର୍ବାଣ....
କେବେ ତୁମକୁ ମାଗି ନଥିଲି ସଖା
ତୁମ ମୂଲ୍ୟବାନ ମୁହୂର୍ତ୍ତରୁ କିଛି
କେବେବି ତ ମାଗି ନଥିଲି
ଧନ ଦୌଲତର ଚୌହଦୀ
ମୂଲ୍ୟବାନ ଅଳଙ୍କାର ,
ସୁନା,ରୂପା, ମୋତି।
ମାଗିଥିଲି ଖାଲି ଟିକେ
ତୁମ ସୁ ମଧୁର ବଂଶୀର ମୂର୍ଚ୍ଛନା
ଶୁଣିଥିଲେ ସେ ମୂର୍ଚ୍ଛନା
ମୋ ଜୀବନ ହୋଇଥାନ୍ତା ଧନ୍ୟ ।
ଜୀଇଁଥିଲି ନିଜସ୍ୱ ଢ଼ଙ୍ଗରେ
ଜାଣି ମୁଁ ନଥିଲି
କିଏ ଏଠି ଆପଣାର ଆଉ କିଏ ପର
ସେଇଥିପାଇଁ ତ ତୁମକୁ ମୁଁ
କରିଥିଲି ସଖା ସହୋଦର।
ତେଲ ଲୁଣ ସଂସାରରେ ମୋର
କେବେ ଦେଖି ନଥିଲି ଆଇନାରେ ମୁହଁ
ତୁମ ରଙ୍ଗରେ ନିଜକୁ ରଙ୍ଗେଇ
ତୁମ ସେବାରେ ନିଜକୁ ସମର୍ପିତ କରି
ମୁଁ କଣ ଭୂଲ୍ କଲି କୁହ ??
ଭୂଗୋଳ ପଢିନି କେବେ
ପଢିନି ବି ଇତିହାସ
ତୁମ ବେଦ ପୁରାଣରେ ନିଜକୁ
ତଲ୍ଲୀନ କରିବା
ମୋର ଥିଲା ବୋଧେ ଭୁଲ୍ ପ୍ରୟାସ ।
ଆଗାମୀ ଦିନକୁ ମୋର ଅନ୍ଧାର କରି
ଛଡେଇ ନେଲ ମୋର ବଞ୍ଚିବା ଠିକଣା
ଏବେ ମୁଁ ନିଃସବ୍ଦ ବେଳାରେ ନିର୍ବାସିତ
କେବଳ ତୁମ ପଦାଶ୍ରୀତ ।
ମୋତେ ମୋକ୍ଷ ଦିଅ ମୋକ୍ଷ ଦିଅ
ଦିଅ ହେ ନିର୍ବାଣ.....
ମୁଁ ଜୀଇଁଛି ତୁମକୁ ପାଇବାର ତୃଷ୍ଣାରେ
ଜଳୁଛି ମୁଁ ନିଜସ୍ୱ କକ୍ଷରେ
ମୋତେ ଦିଅ ହେ ନିର୍ବାଣ.....
ମୁଁ ତୁମ ଚରଣେ ଶରଣ
ତୁମେ ଶଙ୍ଖ ଚକ୍ର ଧାରୀ
ପ୍ରଭୁ ଦିବ୍ୟ ରୂପ ନାରାୟଣ
ଏ ମୋହ ମାୟା ସଂସାରରୁ
ମୋତେ ବାରେ ଦିଅ ହେ ନିର୍ବାଣ ।