Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Others

4  

Sangeeta Barik

Others

ନିର୍ବାଚନ

ନିର୍ବାଚନ

1 min
243


ନିର୍ବାଚନ ଋତୁ ଆସିଛି ଗାଆଁକୁ 

ପ୍ରଚାର ପବନ ନେଇ,

ପ୍ରତିଶ୍ରୁତି ବର୍ଷା ବହୁଛି ପ୍ରବଳ

ଭୋଟର ଶରୀର ଛୁଇଁ ।


ଛଳନା ଛତାକୁ ମୁଣ୍ଡରେ ମୁଣ୍ଡେଇ

ପ୍ରଚାରକ ଦଳଦଳ,

ହାତ ଯୋଡି ପ୍ରାର୍ଥୀ ମୁରୁକି ହସୁଛି

ବେକେ ନାଇ ଗେଣ୍ଡୁ ମାଳ ।


ଚିହ୍ନା ଅଚିହ୍ନା ତ ସବୁ ଆପଣାର

କଅଁଳ ମଧୁର କଥା,

ସମାଜ ହିତରେ ସତେ ସମର୍ପିତ

ଦୂରେଇବେ ସବୁ ବ୍ୟଥା ।


ପକେଟର ନୋଟ୍ କିଣିନିଏ ଭୋଟ୍

ମଦ ମାଉଁସକୂ ଦେଇ,

ଭୁଲଇ ଭୋଟର ନିଜ ଅଧିକାର

ମୂଲ୍ୟବୋଧ ଭୁଲି ଯାଇ ।


ନିର୍ବାଚନ ଅନ୍ତେ ପାଗ ହେବ ଭିନ୍ନ

ଓଲଟି ବହିବ ବାଆ,

କଥା କୋଲପର ଚାବି ହଜିଯିବ

ଜଳକା ଦିଶିବ ରାହା ।


ହେ ସମାଜ ଜନ ହୁଅ ସାବଧାନ

ଯେବେ ଅଛି ହସ୍ତେ ବେଳ,

ସଠିକ ପ୍ରାର୍ଥୀକୁ ନିର୍ବାଚିତ କରି

ବଢାଅ ଦେଶର ବଳ ।


Rate this content
Log in