Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Tragedy

3  

Dharitri Das

Tragedy

ନିରାଶ୍ରୟ

ନିରାଶ୍ରୟ

1 min
243


ନିରାଶ୍ରୟ ହୋଇ ଡାକୁଅଛୁ ପ୍ରଭୁ

     ରକ୍ଷାକର୍ତ୍ତା ସାଜି ଆସ

ମହାମାରୀ ଦାଉ ସହି ହେଉନାହିଁ

    ସାହା ହୁଅ ପୀତବାସ।


ତୁମ ଶକ୍ତି ପରା ଆମ ଶେଷ ଅସ୍ତ୍ର

     କରିଛୁ ତେଣୁ ଭରସା

ଦ୍ରୌପଦୀ ପରିକା ହାତ ଟେକି ଦେଲୁ

      ନକର ତୁମେ ନିରାଶା।


ତୁମ ଦୟା ହେଲେ  ନିଶ୍ଚୟ ଟଳିବ

      ମହାମାରୀ ପ୍ରତିହିଂସା

ଭୋକିଲା ପେଟରୁ ଛଡାଇ ନିଅନି

     ଶେଷ ଆଶା ଭାତକଂସା।


ତୁମ ପରି ପ୍ରଭୁ  ଥାଉଁ ଥାଉଁ ଆମେ

       ନିରାଶ ହୋଇବୁ ନାହିଁ

ଏତିକି ବିଶ୍ୱାସ       ଭରଷା ରହିଛି

      ରକ୍ଷାକର ଭାବଗ୍ରାହୀ।


ଦୟା ନ କରିଲେ ନିରାଶ୍ରୟ ସଂଖ୍ୟା

       ବଢିଯିବ ସଂସାରରେ

ଦେଖି ସହି ହେଉ   ନାହିଁ ଜଗନ୍ନାଥ

      ମିନତି ଘେନିବ ବାରେ।


ସତ କହୁଅଛି        ଜଗତର ନାଥ

      କରନାହିଁ ହୀନିମାନ

ପିତୃମାତୃ ହୀନ    ସନ୍ତାନ ମାନଙ୍କୁ

      ଦିଅ ତୁମେ ସଦଜ୍ଞାନ।


ତାଙ୍କ ପାଇଁ ଯଦି ପ୍ରାଣ ବଳି ଲୋଡ଼ା

      ଘେନିଯାଅ ମୋର ପ୍ରାଣ

କରୋନା ଯୋଦ୍ଧାଙ୍କ ଆତ୍ମାକୁ ସଦ୍ଗତି

       ଦେଇଦିଅ ଭଗବାନ।


Rate this content
Log in

Similar oriya poem from Tragedy