ନିରାଶ୍ରୟ
ନିରାଶ୍ରୟ
ସାତରଙ୍ଗରରେ ଭିଜା ଜୀବନରେ ଉଙ୍କିମାରିଛି ଅନେକ କଳ୍ପନାର ରାଗିଣୀ
ଅନେକ ସ୍ୱପ୍ନ, ଅନେକ ଅଭିଳାଷରେ ଭିଜା ଅନେକ ନିଦ୍ରାହୀନ ରାତ୍ରି ଆଉ ସତସହଶ୍ର ଭାବନାକୁ ଜାବୁଡି ଧରିଥିବା ଦିବସ
ନଭସ୍ପର୍ଶି ଅହଂକାରର ସ୍ତୁପ, ଗଭୀର ଜଳଧିସମ ଅଭିମାନ
ଅନେକ ସମ୍ପତି, ଅନେକ ଅର୍ଥ, ଅନେକ ସମ୍ମାନକୁ କୋଳାଗ୍ରତ କରିବା ପରେବି
ସବୁକିଛି ନିରର୍ଥକ, ସବୁକିଛି ମୂଲ୍ୟହୀନ
ମହାମାରୀର ପ୍ରକୋପ ଆଗରେ ମଣିଷ ଆଜି ପାଲଟିଯାଇଛି ନିରାଶ୍ରୟ
ନା ସେ ମାପିପାରିଛି ଲୁହ, ନା ଜାଣିପାରୁଛି ଦୁର୍ବିସହ ବେଦନାର ପର୍ଣ୍ଣ କୋଟୀରକୁ
ଆଶ୍ଚର୍ଯ୍ୟ ଲାଗିଲାଣି ତାର ଅତ୍ୟାଚାର
ସମସ୍ତେ ଯେମିତି ବିସ୍ମୟରେ ବିହ୍ଵଳିତ
ଆଉ ବିଷ୍ମୟତାର ତୀରନ୍ଦାଜରେ ମର୍ମାହତ
ହୃଦୟର ନିଭୃତ କୋଣରେ ଯେମିତି ରଚି ହେଉଛି ଅବିଶ୍ରାନ୍ତ ଝଡ
ସବୁଥିବା ଭିତରେ ଯେମିତି କିଛି ନଥିବାର ବେଦନାଭରା କ୍ରନ୍ଦନ
ସବୁବେଳେ ସବୁଆଡେ କରୁଣ ଚିତ୍କାର
ସମସ୍ତେ ଲୋଟି ଯାଉଛନ୍ତି ମରଣ କୋଳରେ ବିନା ଇଚ୍ଛାରେ
ନା ତାକୁ ରୋକି ପାରିଛି ଅର୍ଥ, ନା ତାକୁ ରୋକିପାରିଛି ପ୍ରତିପତ୍ତି
ସବୁକିଛି ନିରର୍ଥକ, ମୂଲ୍ୟହୀନ
ଆଖିରେ ଅମାନିଆ ଲୋତକ, ଥରିଲା ଓଠରେ ଅକୁହା ବେଦନା
ଉଜୁଡି ଯାଉଛି ଜୀବନ, ସମସ୍ତ ରାହା ଆଉ ଭରସା ହେଉଛି ଦିଗହରା
ଏମିତି ଭୟ ଆଉ ଆତଙ୍କ ଭିତରେ ମଣିଷ ପାଲଟିଯାଇଛି ଏକ ନିସ୍ପନ୍ଦ ପ୍ରସ୍ତର ମୂର୍ତ୍ତି
ସବୁ ସତ୍ତ୍ୱେବି ଆଜି ସେ ଅଜଣା ଆତଙ୍କରେ ଆତଙ୍କିତ
ଈଶ୍ୱରଙ୍କ ନିକଟରେ ବିନା ଦ୍ଵିଧାରେ ସ୍ୱୀକାର କରୁଛି ସେ
ସତରେ ପାଲଟିଯାଇଛି ସେ ନିରାଶ୍ରୟ ମଣିଷ ।।