ନିରାଶ୍ରୟ ନମଣି ନିଜକୁ
ନିରାଶ୍ରୟ ନମଣି ନିଜକୁ


ମୃତ୍ୟୁର କୋଳରେ ଶୋଇଗଲେ ଯାର
ପିତାମାତା ଆଜି ଦେଖ
ନିରାଶ୍ରୟ କରି ଟିକିଟିକି ପିଲା
ଦୁହିଁଙ୍କୁ ତ ଦେଇ ଦୁଃଖ।
ଦୁହେଁ ଥିଲେ ପ୍ରକୃତ କରୋନା ଯୋଦ୍ଧା
ଦେଶପାଇଁ ଦେଲେ ପ୍ରାଣ
ମହାମାରୀ ସହ ଲଢୁ ଲଢୁ କଲେ
ବାଳୁତ ସନ୍ତାନ ଜନ୍ମ।
ଜନ୍ମ ହେଉ ହେଉ ମାତୃହରା ହୋଇ
ପିତୃକାନ୍ଧେ ହଁ
ସାତ ବରଷର ଭଉଣୀ ଉପରେ
ହୋଇଗଲା ସିଏ ବୋଝ।
କିପରି ସମ୍ଭାଳି ରଖିବ ଅବୋଧ
ବାଳିକା କିଛି ଜାଣେନା
ସହାୟ ହୁଅ ହେ ମହାପ୍ରଭୁ ତୁମେ
ନ ଛୁଉଁ ତାଙ୍କୁ କରୋନା।
ଶରୀରେ ତାଙ୍କର ଅସୀମ ଶକତି
ଭରିଦିଅ ଶିରିପତି
ଆଢୁଆଳେ ରହି ଦିବ୍ୟଜ୍ଞାନ ଦେଇ
ଦୂରାଇ ଦିଅ ବିପତ୍ତି।
ମଣିଷ ପରିକା ମଣିଷ ହୁଅନ୍ତୁ
ଯୋଦ୍ଧାଙ୍କ ସ୍ମୃତିକୁ ଧରି
ଅଗ ଗୋଡେ କଣ୍ଟା ବାଜିବାକୁ ଦିଅ
ନାହିଁ ଆହେ ଚକ୍ରଧାରୀ।
ନିରାଶ୍ରୟ ବୋଲି ନମଣି ନିଜକୁ
ହସିହସି ଦିନଯାଉ
ଜଗତରେ ଦିନେ ତାଙ୍କ ଯଶ କୀର୍ତ୍ତି
ବାନା ଭବେ ଉଡୁଥାଉ।
ଏ ଦୀନ ଦାସର ପ୍ରଣିପାତ ଘେନ
ସବୁ ଅନାଥଙ୍କୁ ରଖ
ଦେଶରୁ କରୋନା ଦୁରେଇ ଦେଇଣ
ଆମକୁ ଦିଅନ୍ତୁ ସୁଖ ।