Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Children

4.0  

Akshayakumar Dash

Action Inspirational Children

ନିମ

ନିମ

1 min
165



କଅଁଳ ପତର ତୋଳି

ହାତପାପୁଲିରେ ଦଳି ।


ଫୁଟଣ ରସୁଣ ତେଲ

ବଢି ଚୁନା ଆଳୁ ମେଳ ।


ଲୁଣ କଞ୍ଚା ଲଙ୍କା ପଡି

ଏବେ ହୁଏ ଚଡଚଡି ।


ଭାଜି ଦେଇ ବାଢି ନେବା

ଭାତ ଡାଲି ପିତା ଦେବା ।


ଲାଗିବ ପାଟିକୁ ପିତା

ସୁଆଦ ତାହାର ଜିତା ।


ଜାଣିଛ ଦେହକୁ ହିତ

ଖାଉନ କାହିଁକି ମିତ ?


ଏବେତ ଯାହାକୁ ଯେତେ

ରାସ୍ତା କଡରେ କେତେ।


ଗଛର ପତର ଭରା

ଆଣି ଦେଇଦେବା ଖରା ।


ଶୁଖିଗଲେ ଗୁଣ୍ଡ କରି

ଡବା ଟିରେ ଦେବା ଭରି ।


ବରଷ କ ଭାଜି ଖାଅ

ନିରୋଗ ରେ ରହୁ ଥାଅ ।


ଦେହ ଚାହେଁ ପିତା ରସ

ପୁଣି ସୁଆଦତା' କଷ ।


ବଢିଯିବ ଆମ ଭୋକ 

ଭୁତାଣୁ କୁ ଡରି ଲୋକ ।


କରୋନା ଛାଡ଼ୁନି ବାସ

ଡ଼ରୋଉଛି ମାସ ମାସ ।


ବୃକ୍ଷରେ ଆଦର କରି

ତାର ପତ୍ର ଫଳ ବରି ।


ପ୍ରକୃତି ସୁରକ୍ଷା ପାଇଁ

ଆଗକୁ ଆସିବା ଧାଇଁ ।


ନିମ ଆମ ଡାକ୍ତର

ତାହାକୁ ଆଦର କର ।


Rate this content
Log in

Similar oriya poem from Action