ନିଜକୁ ଗଢିଛୁ ନିଜେ ହୋ ସାଆନ୍ତ
ନିଜକୁ ଗଢିଛୁ ନିଜେ ହୋ ସାଆନ୍ତ
1 min
339
କାଠରେ ଗଢିଛୁ ଶରୀରକୁ ତୋର
କାଳିଆ ରଙ୍ଗରେ ଭରିଛୁ ମୁହଁ
ଥରେ ଯିଏ ଦେଖେ ସେ କଳା ମୁହଁକୁ
ଛାଡିଦିଏ ସିଏ ସଂସାର ମୋହ।
କାଳିଆ ମୁହଁରେ ଚକା ଚକା ଆଖି
ମୁହଁରେ ଥାଏ ତୋ ନାଲିଆ ହସ
ସେ ହସରୁ ସଦା ଝରି ପଡୁଥାଏ
ଭକତଙ୍କ ଲାଗି ଅମିୟ ପିୟୁଷ।
ହାତ ଦୁଇଟିକୁ ଏପରି ଗଢିଛୁ
ଲାଗେ ସତେଅବା କୋଳେଇ ନେବୁ
ଦୂର ଦୀଗନ୍ତରୁ ଭକତ ଆସିଲେ
ବାହୁ ପ୍ରସାରି ତୁ' ଦୁଃଖ ସୁଣିବୁ ।
ଆଖିର ପଲକ ପକାଉନା କେବେ
ଦେଖିବୁ ବୋଲି ତୁ ଭକତ ଦୁଃଖ
ହସ ଖିଏ ସଦା ଲାଖି ରହିଥାଏ
ତୋର ସେହି କଳା ଶ୍ରୀମୁଖେ।
ଗୋଡ ଦୁଇଟିକୁ ଗଢିନୁ ନିଜର
ଜିବୁନାହିଁ ବୋଲି ଭକତ ପାଶେ
ଭକତ ଆସିବ ତୋର ଶ୍ରୀମନ୍ଦିର
ପାଇବ ବୋଲି ସେ ଜୀବନୁ ମୋକ୍ଷ ।