STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ନୀରବତା

ନୀରବତା

2 mins
7



ନୀରବତା ଅଟେ ଏମିତି ମନ୍ତ୍ରଟେ

ଉଚ୍ଚାରଣ କଲେ ମନ ପବିତ୍ର

ବାହାରେ ଭିତରେ ନିରବି ପାରିଲେ

ଶାନ୍ତି ମନ୍ଦିର ଟେ ହୁଏ ନିର୍ମିତ |


ନୀରବତା ଅଟେ ଏମିତି ବାର୍ତ୍ତାଟେ

ନ କହି ଅନେକ କଥା ଯେ କହେ

ଅଶାନ୍ତିରୁ ଆଣି ଶାନ୍ତି ସଉଧରେ

ଆମକୁ ସିଏ ଯେ ବସାଇ ଦିଏ ।


ନୀରବତା ଅଟେ ଏମିତି ସାଧନା

ଧଇର୍ଯ୍ୟ ତାହାର ସବଳ ପିଣ୍ଡ

ସକାରାତ୍ମକ ର ମୂଳଦୁଆ ପରେ

ନୀରବତା ଜିତେ ସାରା ବ୍ରହ୍ମାଣ୍ଡ |


ନୀରବତା ଅଟେ ଏମିତି ଗୀତ ଟେ

ନିଃଶଦ୍ଦରେ ମନ ନିଅଇ କିଣି

ଅନ୍ତର ଭିତରେ ଆତ୍ମା ସଙ୍ଗତରେ

ସଂପର୍କକୁ ସିଏ ପାରଇ ଜିଣି ।


ଅନନ୍ତ ଆକାଶ, ବିଶାଳ ସାଗର

ଧରିତ୍ରୀ ର ସେଇ ମୁଗ୍ଧ ମୌନତା

ସବୁଜ ବନାନୀ ବିମୁଗ୍ଧ ଚାନ୍ଦିନୀ

ନୀରବେ କୁହଇ ଶାନ୍ତି ର କଥା |


ନୀରବତା ଅଟେ ଏମିତି ଅସ୍ତ୍ରଟେ

ହିଂସା ଓ ଦ୍ଵେଷ କୁ ସହଜେ ମାରେ

କ୍ରୋଧ ବଶ କରି ଧଇର୍ଯ୍ୟ ସାଉଁଟି

ମନୋବଳ ଦୃଢ କରି ଯେ ଥାଏ |


ନୀରବତା ଅଟେ ସମ୍ମୋହନ ଶକ୍ତି

ଦିଶାରେ ଭରଇ ସୁବାର୍ତ୍ତା କେତେ

ନିଃଶବ୍ଦ ଧ୍ବନୀରେ ଅନ୍ୟ ମନ ପରେ

ପ୍ରଭାବ ବିସ୍ତାରୀ ଖୁସୀ ରେ ମାତେ |


ନୀରବ ରାତ୍ରୀ ଟି କ୍ଳାନ୍ତି ଦୂରକରେ

ଶାନ୍ତିରେ ନିଜକୁ ନିମଗ୍ନେ ଖୋଜେ

ନୀରବ ରାତ୍ରୀର ସୁନୀଳ ଆକାଶ

ମନ ସାଜେ କେତେ ଶବ୍ଦର ପୁଞ୍

ଜେ ।


ନୀରବ ଆକାଶେ ନୀରବ ଜହ୍ନଟା

ଶୀତଳ କିରଣ ଢ଼ାଳୁ ଯେ ଥାଏ

ନୀରବ ଆକାଶ ତାରା ଫୁଲ ରାଜି

ମନରେ ଆନନ୍ଦ ସଦା ଜଗାଏ ।


ନୀରବତା ଦିଏ ସାଧନାରେ ସିଦ୍ଧି

ଆତ୍ମ ବିଶ୍ଳେଷଣ ତାହାର ଗୁଣ 

ନୀରବ ତପସ୍ୟା ଗର୍ଭରୁ ଆରମ୍ଭ

ନୀରବିଗଲେ ଯେ ପାଏ ମରଣ । 


ନୀରବତା ଅଟେ ଏମିତିକା ଜ୍ଞାନ

ମନସ୍ତତ୍ତ୍ୱ ପଢ଼ିପାରେ ସହଜେ

ସ୍ଥିତପ୍ରଜ୍ଞତା ରେ ନିଜକୁ ସଜାଏ 

ଅନ୍ତଃର୍ମନେ ଶୁଭ ଶଂଖ ଯେ ବାଜେ ।


ନୀରବତା ଅଟେ ଏମିତି ମିତ୍ରଟେ

ସମାଧାନ ରାସ୍ତା ବତାଇ ଦିଏ

କଳି,ତକରାଳ ଦୂରରେ ରହି ଯେ

ଶାନ୍ତି ର ଶେଯରେ ଶୁଆଏ ସିଏ |


ନାରବତା ଅଟେ ଏମିତି ଶକ୍ତି ଟେ

ପାହାଡ଼ ଠାରୁ ଯେ ଅଟଇ ଶକ୍ତ

ଗଭୀରତା ତାର ମାପି ହୁଏ ନାହିଁ

ସିଏ ଯେ ମୋହ ରୁ କରଇ ମୁକ୍ତ ।


ନୀରବତା କରେ ଶାନ୍ତି ଆବାହନ

ନିଜ ଗୁଣେ ନିଜେ ହୁଅଇ ମୁଗ୍ଧ

ଅନ୍ୟର ନିରବ ଭାଷାକୁ ବୁଝଇ

ମନ ଓ ହୃଦୟ ହୁଅଇ ଶୁଦ୍ଧ ।


ହେଲେ ସବୁ କ୍ଷେତ୍ରେ ନୀରବ ରହିଲେ

ଅନ୍ୟାୟ ତାହାର କାୟା ବିସ୍ତାରେ

ଦୋଷୀ ଦୋଷୀ ଲାଗେ ମନ ଓ ହୃଦୟ

ଜୀବନ ରହଇ ଅଶାନ୍ତି ଘେରେ |


ନୀରବତା ହେଉ ଶାନ୍ତି ଆବାହକ

ଶୁଣୁ ଥାଉ ସିଏ ଆତ୍ମାର ଡାକ

ବିବେକକୁ ସାଥେ ନେଇ କରୁଥାଉ

ସୁନ୍ଦର ତପସ୍ୟା ଜୀବନ ଯାକ |



Rate this content
Log in

Similar oriya poem from Inspirational