ନୀରବତା
ନୀରବତା
ତୁମ ମନ କଥା କହିଦିଅ ଖୋଲି
ନୀରବେ କାହିଁକି ଛାଡି ଯାଅ ଚାଲି ।
ଭାଷା କି ତୁମର ଯାଇଛି ହଜି
ଠିକଣା କୋଉଁଠି ପାଉନି ଖୋଜି ।
ହୃଦୟ ବନ୍ଦୀଶାଳା ରେ ପ୍ରେମ ପକ୍ଷୀ
ମନଉପଵନେ ତୁମ ନୀଡ଼ ସେ ଖୋଜିଛି ।
ଚକ୍ଷୁ ଯୁଗଳ ତୁମ ଗଭୀର ସାଗର
ହଯାଇଛି ସତ୍ତା ଯହିଁ କ୍ଷୁଦ୍ର ଜଳଧାର ।
ନୈରାଶ୍ୟ ବହ୍ନି ରେ ଜଳେ ଅନ୍ତର
ନୀରବତା ସାଜିଛି ଶୃଙ୍ଗାର ଓଠ ଜଡତାର ।
ହୃଦୟ ବୀଣା ଯେହ୍ନେ ତୁମ ଗୁଣଗୁଣୀ
ଝଙ୍କୃତ ହୁଅଇ ସଦା ଦିବସ ରଜନୀ ।
ସମୟ ତ ଚୀରସ୍ରୋତା ଯାଏ ବହିବହି
ତୁମର ନୀରବତା ତାସଙ୍ଗେ ଯାଏନି ବହି ।
କରିଛ କି ତୁମେ ଏଦୃଢ଼ ପ୍ରତିଜ୍ଞା
ବୁଝିକି ପାରିଛ ପ୍ରେମର ତ ସଂଜ୍ଞା!