Rashmibala Satapathy

Tragedy


3  

Rashmibala Satapathy

Tragedy


ନୀରବ ଝଡ଼

ନୀରବ ଝଡ଼

1 min 135 1 min 135

 

ନୀରବତା କହେ ଚୁପ୍ କରି ଆସି,

ନୀରବ ରହୁ କାହିଁ ଲୋ ବାରମାସୀ।।

             ଜୀବନ ଦେଇଛି ଏମିତି ଯେ ଶିକ୍ଷା,

           ନୀରବତା ଆଜି ମୋର ନେଉଛି ପରୀକ୍ଷା।।

ଦୁଃଖ ବାଣ୍ଟିବାକୁ ସାଥୀ କେହି ନାହିଁ,

ଖୁସି ବାଣ୍ଟିବାକୁ ସାଂଗ ନାହିଁ କେହି।।

            ପାଲଟିଛି ମୁଁ ଯେ ଏକ ଶୁଷ୍କ ବୃକ୍ଷ,

            ସମସ୍ୟା ସାଜିଛି ଆଜି ମୋର ଅକ୍ଷ।।

ତୁମେ ଗଲା ପରେ ମୋ ଜୀବନରୁ,

ଖୁସି ହୋଇ ଯାଇଛି ମୋ ଚିରଶତ୍ରୁ।।

             ନୀରବତାର ପ୍ରତିମୂର୍ତ୍ତି ଆଜି ମୁଁ ସାଜିଛି,

             ମନରୁ ତୁମ ସ୍ମୃତି ଭୁଲିବାକୁ ଚାହୁଁଛି।।

ନୀରବ ରହି ସବୁ ମୁଁ ଦେଖୁଛି,

ସମାଜକୁ ବୁଝିବାକୁ ପ୍ରୟାସ କରୁଛି।।

            ମୋ ନୀରବତା କେବଳ ତମେ ହିଁ ବୁଝିବ,

         ତମ ଛଡ଼ା ମନର ପରିଭାଷା କେ ପଢିପାରିବ।

ଦୁଃଖ ସୁଖ ର ମିଶ୍ରଣ ତ ଜୀବନ,

ହେଲେ ଦୁଃଖରେ କଟୁଛି ଆଜି ମୋ ଦିନ।।

           ନୀରବତାର ଭାଷା ସେହି ବୁଝିଥାଏ,

           ଯିଏ ନୀରବତାର ଅର୍ଥ ବୁଝି ଥାଏ।।

ଶୂନ୍ୟ ପାଲଟିଛି ଆଜି ମୋ ଦୁନିଆ,

ନୀରବ ଝଡ଼ ସାଜିଛି ମୋ ଘର କୁଣିଆ।।



Rate this content
Log in

More oriya poem from Rashmibala Satapathy

Similar oriya poem from Tragedy