Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Romance Tragedy Fantasy

4  

Sunanda Mohanty

Romance Tragedy Fantasy

ନୀଳକଇଁ

ନୀଳକଇଁ

1 min
4



ନୀଳକଇଁର ନୀଳସ୍ବପ୍ନ ସବୁ 

ଆଜି ଏତେ ଉବୁଟୁବୁ 

କେଜାଣି ହେଇଥିବ ସେଇ ନୀଳଜହ୍ନ ପାଇଁ 

ସନ୍ତ୍ରାସ ଆତଙ୍କ ସବୁ ସେଇ ନୀଳରଙ୍ଗ ହେଇ 

କୃଷ୍ଣ ନୀଳ କାନ୍ତିରେ ନୀଳମଣି 

ନୀଳାଭ ଆକାଶରେ ସେଇ ମଉଡମଣୀ 

ନୀଳସ୍ବପ୍ନ ଦେଖୁ ଦେଖି ନୀଳନୟନ ଥକି ଗଲାଣି 

ତଥାପି ନୀଳକଇଁ ଯିବ ପଚାରିବ 

ତୁମେ ଜହ୍ନ ଶିଶୁର ଶରଦଶଶୀ 

ବଡ଼ଙ୍କ ଜହ୍ନମାମୁଁ ହୋଇ ହାତେ ପଡ଼ ଖସି 

ତୁମ ଦେହରେ ନୀଳିମା କିଏ ଦେଲା ନେସି 

ନୀଳ ନୀଳିମାରେ ମନ ହଜିଗଲା ବେଳେ 

ପହିଲି ବରଷା ଆସି 

ପରଷି ଦେଇଛି ଟୋପି ଟୋପି ବାରି 

ଆକାଶୁ ପଡୁଛି ଖସି 

ନୀଳକଇଁ ଖୋଜେ ଜହ୍ନ ଗଲା କାହିଁ 

ଯାଇନିତ ଆଉ ରୁଷି 

ନୀଳ ସ୍ବପ୍ନ ମେଞ୍ଚେ ହଟହଟା କରେ 

ନୀଳକଇଁ ମନେ ମନେ ହସି 

ନୀଳ ନୀଳିମାରେ ଯାଏ ଫସି

ବର୍ଷା ଆସୁନି ମନମାନୀ ତାର 

ଜହ୍ନ ବୋଧହୁଏ ଦୋଷୀ

କିଏ ବି କହୁଛି ନୀଳରାଶି ଜଳେ 

ଜହ୍ନ ଖସି ତଳେ 

ବଡଦେଉଳେ ପୂଜା ପାଉଅଛି ବସି 

ଜଗତର ନାଥ କାଲିଆ ଠାକୁର ବୋଲାଇ 

ନୀଳପଦ୍ମ ପରେ ରଥେ ତୁ ବାମନ ଦୃଷ୍ଟା

 ଏକଦମ ପ୍ରଭୁ ଦେଶୀ 

ନୀଳକଇଁ କହେ ଲଷ୍ମୀମାଆ ପାସେ ଥିବି ଫସି 

ନୀଳ ପଦ୍ମ ଶହେଆଠ ଦେଇ ମନ ତୋଷି 

ପୂର୍ଣ୍ଣମୀ ଆଣିକି ଆସି 

ନେଇଯିବି ପୁଣି ଆକାଶକୁ

ନୀଳଆକାଶେ ଦେଖିବି ବସି ।।


Rate this content
Log in

Similar oriya poem from Romance