ନୀଳଚକ୍ର
ନୀଳଚକ୍ର
ନୀଳଚକ୍ର ବାନା ଦିଶେ କେଡ଼େ ସୁନ୍ଦର
ଜଗନ୍ନାଥ ପରି କିଏ ଅଛି ଠାକୁର
ତା ବଡ଼ ଦେଉଳ
ନାଁ ଶିରୀ ମନ୍ଦିର ।
ତା ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ବୋଳିଲେ
କଳା ଶ୍ରୀ ମୁଖକୁ ତା ଡୋଳେ ଦେଖିଲେ
ନିମିଷକେ ପାପତାପ
ହୋଇଯାଏ ଦୂର ।
ତା ବଡ଼ ଦେଉଳ ନାଁ ଶିରୀ ମନ୍ଦିର--
ତା ମହାପ୍ରସାଦ ଅନ୍ନ କଣେ ପାଇଲେ
ଟଙ୍କ ତୋରାଣିପାଣିରୁ ମୁନ୍ଦେ ପିଇଲେ
ମେଣ୍ଟିଯାଏ ଭୋକଶୋଷ ସାତ ଜନ୍ମର
କୈବଲ୍ୟ ମୁକତି ନାମ ବୈକୁଣ୍ଠ ପୁର ।
ତା ବଡ଼ ଦେଉଳ ନାଁ ଶିରୀ ମନ୍ଦିର---
ଭାରତ ମୋ ସ୍ୱର୍ଣ୍ଣପ୍ରସୂ ଭୂସ୍ୱର୍ଗ ଉତ୍କଳ
ଶ୍ରୀ ପୁରୁଷୋତ୍ତମ ଶଙ୍ଖ ନାଭି ମଣ୍ଡଳ
ଚତୁର୍ଦ୍ଧା ମୂରତି ବିଜେ ସ୍ୱୟଂ ଦାରୁବ୍ରହ୍ମ
ଭକତି ମୁକତି ଦ୍ୱାର ମୋ ସ୍ୱର୍ଗ ଦୁଆର ।
ତା ବଡ଼ ଦେଉଳ ନାଁ ଶିରୀ ମନ୍ଦିର---
---------