ନୀଳ ଇଶ୍ୱର
ନୀଳ ଇଶ୍ୱର


ଯାହାଙ୍କ ମାୟା ନୀଳ
କାୟା ବି ବିସ୍ତୃତ ନୀଳ
ସେ ହିଁ ଇଶ୍ୱର
ନହେଲେ ନୀଳମଣି
ହୋଇ ନୀଳ ବୋଳି ଦେଇ
ପ୍ରକୃତିକୁ କରିଲେ କେମିତି ସୁନ୍ଦର
ଭକ୍ତି ଯାହାର ନୀଳ
ଭାବ ଯାହାର ପୁଳେ ନୀଳ
ସେଇଠି ଇଶ୍ୱର ଫଳାନ୍ତି ଫଳ
ସମୁଦ୍ର ଜଳରାଶି ନୀଳ
ଆକାଶ ବକ୍ଷ ସାରା ନୀଳ
କିଏ ନଜାଣେ ନୀଳକଇଁ ପ୍ରେମ
ରଙ୍ଗ ବି ନୀଳ
ନହେଲେ ସବୁଆଡେ ସୁଢଳ ନୀଳ
ବିସ୍ତାରୀ ଫୁଲ ଫଳ ଜଳ
ହୁଅନ୍ତାନି ଏତେଟା ଫେନିଳ
କଳ ବଳ କୌଶଳ ନୀଳ
ବୁଦ୍ଧି ବିବେକ ବଳ ନୀଳ
କସ୍ତୁରୀ ମୃଗ ନାଭି ତଳ
ଏତେ କେମିତି ନୀଳ
ନୀଳ କନ୍ଦରେ ନୀଳମଣି
ବୁଣି ନୀଳ ସୌନ୍ଦର୍ଯ୍ୟ ଢାଳ
ଅଳପ ଗଳପରେ କୁନ୍ତଳ
ବି ଶ୍ୟାମଳୀର ଘନନୀଳ
ନୀଳାଭ ନୀଳରେ ନୀଳମଣି ଚଞ୍ଚଳ
ଛଳଛଳ କଳକଳ ଆକୁଳ ବି ନୀଳ