Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational Children

2  

Akshayakumar Dash

Inspirational Children

ନଈ

ନଈ

1 min
57



ପାହାଡ ଚିରି ଝରଣା ଝରି 

ଖୁସିରେ ମନ ଭରି 

ଆଗକୁ ଗତି ନିର୍ଝର ମତି 

ସାଗର ନେବ ବରି।

ବରଷା ଧାରା ଲୁଟଇ ସାରା

ନଈରେ ପଡେ ଗଡି,

ପ୍ରଖର ବେଗେ ଦିକୂଳ ଲଂଘେ

ଉଚ୍ଛନ୍ନ ଲାଗେ ବଢି।

କାର୍ତ୍ତିକ ଆସେ ବୋଇତ ଭାଷେ

ସାଧବ ପୁଅ ଦାନ,

ବେପାର କରି ଆଣନ୍ତି ଧରି

ଧନ ରତନ ମାନ।

ଶୁଖିଲା ନଈ ପଡ଼ଇ ସୋଇ

ବାଲୁକା ତାର ଶେଯ,

ଜାଡ଼ରେ ଥରି ଯାଉଛି ଗଡି

ସଂସାରୀ ପରି ହେଜ।

ଆସଇ ଖରା ତାତଇ ଧରା

ଶୀତଳ ତାର ଜଳ,

ମାଆଟି ପରି ତା'କାନି ଧରି

ପକାଏ ପୋଛି ଝାଳ।

ରହିଛି ବୋଲି ମନକୁ ଖୋଲି 

 ହସୁଛି ଶସ୍ୟ କ୍ଷେତ,

ଦୋଉଚି ଜଳ ତାଦେହ ବଳ 

ଅସୁରକ୍ଷିତ ସେତ ।

ବୃହତ୍ କଳ ଦୂଷିତ ଜଳ

ବିଷାକ୍ତ ଆମ ନଈ,

 ଦେବାନି ଆଉ ପବିତ୍ର ଥାଉ

ତା ' କୋଳେ ଥିବା ରହି।


Rate this content
Log in

Similar oriya poem from Inspirational