STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ନଈ ଓ ଝିଅ

ନଈ ଓ ଝିଅ

1 min
161


ମାଝିରେ ....

ନାଆ ବାହି ନେଇ ଯାଆ 

ଦରିଆ ମଝିରେ 

ଅକାତ ଗଣ୍ଡରେ 

ହାତ ମୋର ଧରି ଥାଆ 

ତୋ ସୁରେ ସୁରେ ଲହରେ ପବନ

ଓଠ ତୋର ଗାଏ ଗୀତରେ ଜୀବନ 


ମାଝିରେ ...... 

ନାଆ ବାହି ନେଇ ଯାଆରେ

ନାଆ ବାହି ନେଇ ଯାଆ 


ନଈର ପେଟରେ ଭଉଁରୀ ଖେଳେରେ 

ନଈ ତୁଠେ ସୁନାଗୋରୀ 

ଶିଉଳିପଥରେ ଗୋଇଠି ମାଜଇ 

ଝରପାଣି ଝଲସାଇ ,

ଓ ଓ 

ମାଝିରେ... ମାଝିରେ.....ଏ ଏ


ଝିଅ କି ଜାଣେ ନାଆ ମଙ୍ଗ ମୂଳେ ମଙ୍ଗଳା ସାଜିବା ଭାଗ୍ୟ 

ଗଣ୍ଡର କୁମ୍ଭୀର ମେଲା ଆଁ କରି ଗିଳିବାକୁ କରେ ଫନ୍ଦ 

ନାଆ ପାରି କରେ

ଘୁରାଏ ଭଉଁରୀ 

ଭ୍ରମରର ନାହିଁ ଦୋଷ 


ଥିରିଥିରି କରି ବାହାରେ ନାଉରୀ 

ଝିଅ ଓଠ କଣେ ଧାର ହସ 

ଏ ହସ କାଉଁରୀ ନ ଖାଉ ଭଉଁରୀ 

ନଈ ତୁ ମାଆ ହେଇ ଯାଆ 

କୂଳେ କୂଳେ ତୋର ଝିଅ ଶାଶୁଘର 

ଯତନେ ଅଳତା ନାଆ 


ମାଝିରେ..... ମାଝିରେ ...

ନାଆ ବାହି ନେଇ ଯାଆରେ

ନାଆ ବାହି ନେଇ ଯାଆ 



Rate this content
Log in

Similar oriya poem from Inspirational