ନଈ ନା ସ୍ଵପ୍ନ
ନଈ ନା ସ୍ଵପ୍ନ
ସେ ବନ୍ଧୁର କ୍ଳୀଷ୍ଟ ପଥ
କେତେ ଶିଳା ଲଙ୍ଘି
କେତେ ନାଇଁ କେତେ କୂଳେ
ହୋଇ ଛାଟି ପିଟି
ଟିକିଏ ବି ନିରୋଳାରେ
କେଉଁଠି ରହି ତ ଯାଇନି
ସାଇଁ ସାଇଁ ନିଶ୍ଵାସରେ
ତାର କାଇଁ ବିରାମ ପଡିନି ।
ଥକି ସେ ଯାଇନି
ବୈଶାଖର ଅଭିଶାପେ ,
ପାନ୍ଥଶାଳା ଖୋଜିନି ସେ
ମନ୍ଦ ଶ୍ରାବଣରେ
ଛୋଟ ବଡ଼ ଭଉଁରୀରେ
ଆସକ୍ତ ହୋଇନି
ଲକ୍ଷ୍ୟ ହୀନ ତଟ ଚୁମି
ସେ କାହାର ହୋଇ ବି ପାରିନି ।
ବହିଚାଲେ ସମୟରେ
ଭାଳି ଭାଳି ମିଳନକୁ
ଲେଉଟାଇ ଚାହିଁ ନାହିଁ
ଅଫେରା ତା ବାଟକୁ
ପ୍ରିୟଠାରେ ମିଶିବାଟା
ଅବା କି ତିକ୍ତ ଯାତନା
ଆପଣାର ସତ୍ତା ହାରି
ବୋଧ ହୁଏ ବିଚକ୍ଷଣା ।
ଆଦିମ ଏକାନ୍ତ ରିକ୍ତ ହୋଇ
ଅନ୍ତଃ ସ୍ଥଳ ବିକ୍ଷୁବ୍ଧ କରଇ
ଅମଳକ ଆକାଂକ୍ଷାର ସ୍ପନ୍ଦନ
ମନ ଲୋଭ ତୃପ୍ତ କରି
ମିଳନର ଅପୂର୍ବ ମୁହୁର୍ତ୍ତେ
ହୋଇ ପାରେ ମୁଁ ନିଷ୍ପ୍ରାଣ
ଅବା ବକ୍ଷ ଫୁଲି ଉଠି
କୂଳ ଲଙ୍ଘି ମାତିବେ ଜୁଆର ।
ଚାରୁ ଶିଳା ସ୍ଵପ୍ନ ରଚି
କରିଛି ଚଳଚଞ୍ଚଳ ,
ମିଳନର ଅବକାଶେ
ସେ ନଈଟିଏ ବିକଳ ,
ମୁଁ ସାଗରଟେ ପାଗଳ ।
***