ନିଃସଙ୍ଗତା
ନିଃସଙ୍ଗତା
ଵର୍ଷାସିକ୍ତ ସେ ଏକାନ୍ତ ନିର୍ଜନ କାନ୍ତାରେ
ପକ୍ଷଭଗ୍ନ ଦିଗହଜା ଏକ ଝଡ଼଼ର ଇଗଲ
ପାଇବାକୁ ଖୋଜୁୁଥିଲା ଜୀଵନ ସାହାରା
ଅସ୍ପଷ୍ଟ ଅଶ୍ରୁତ ଥିଲା ତା ହୃଦୟର ସ୍ୱର ।
ସମୟର ସ୍ୱପ୍ନିିିଳ ଦିଗନ୍ତେ
ଦେଖିଥିଲା ତା ସଦୃଶି ସୁହୃଦର ପଣେ,
କେଉଁ ଏକ ଅଜଣା ମୁହୂର୍ତେ
କସ୍ତୁରୀ ମୃଗ ସୁରଭି ମହକ
ଖେଳିଥିଲା ତାର ମର୍ମେ ମର୍ମେ ।।
ସରଳ ତା କୁହୁକ ଚାହାଣି
ଵନ୍ଧୁତ୍ୱ ମୁକୁରରେ ତୋଳିଥିଲା
ମମତାର କେତେ ପ୍ରତିିଵିମ୍ଵ
ସୁୁଦୀର୍ଘ ଜୀଵନ ସୋପାନେ
ହଜିଗଲା ଆତ୍ମଲିପି ତାର
ମୂୂଲ୍ୟବୋଧ ଯେତେ ।
ଆଶା ଶୋଷ ମେଣ୍ଟେଇବା ପାଇଁ
କୁୁଝ୍ଝଟିିକା ଜଳବିିନ୍ଦୁ ଦେଖି
ପହଁରି ପହଁରି ଧାଇଁଁଥିଲା ପଛେପଛେ
ସମୟ ପ୍ରଖର ତାପରେ
ଅଲୋଡ଼ା ଅଖୋଜା ଅପରିିଚିତ
ଆଜି ଵେସାହାରା ଜୀଵ ସିଏ
ଝଡଶେଷ ପରିତ୍ୟକ୍ତ ଅଳିଆ ଗଦାରେ
ଆଜି କିିନ୍ତୁ,
ନିିଃସଙ୍ଗତା ତାର ଏକାନ୍ତ ନିଜର
ଅତି ଆପଣାର ।।।