Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Tragedy

4  

Satyabati Swain

Tragedy

ନିଃସଙ୍ଗତା

ନିଃସଙ୍ଗତା

1 min
588


ନିଃସଙ୍ଗତା ଭାରି ବାଧେ

ଡାକେ ଯେବେ କୋଇଲି

ବଉଳର ବାସ୍ନା

ଫେଇ ଯାଏ ଅଙ୍ଗନୁ ଗଗନ

ବନସ୍ତ ଧରାରେ ବିଞ୍ଚି ଦିଏ

ଶିରି ଶିରି ଦକ୍ଷିଣା ପବନ।


ନିଃସଙ୍ଗତା ଭାରି ବାଧେ

ଆକାଶ ବୁକୁ ଚିରି

ଫାଜିଲାମୀ ହସ ଯେବେ

ହସଇ ଫୁଲେଇ ଜହ୍ନଟା

ଅଭିସାରିକା ସାଜି ରାତି

ପାଦ ଚିପି ଚାଲୁଥାଏ ଗାଁ ଦାଣ୍ଡରେ।


ନିଃସଙ୍ଗତା ଭାରି ବାଧେ

ପାର୍କର ନିଛାଟିଆ ଗଛ ମୂଳେ

ଶୁଭେ ଯେବେ ଚାପା ହସ

ଆଖିର ଇଙ୍ଗିତ

ପ୍ରେମ ପକ୍ଷୀ ହଳେ ଙ୍କର।


ନିଃସଙ୍ଗତା ଭାରି ବାଧେ

ଅକସ୍ମାତ ବସା ଭାଙ୍ଗି

ଅଫେରା ରାଇଜେ ଉଡିଯାଇଥିବା

କପୋତ ର କପୋତୀକୁ ଦେଖି

ଲୁହ ଆଉ କୋହ ମିଶି

ଯେଉଁଠି ଗାଆନ୍ତି

କରୁଣ ସ୍ୱରଟେ।


ହାଥ ଥମି ଯାଇଥାଏ

ସବୁ ଆଶା ଆକାଂକ୍ଷାର ବାତ୍ୟା

ଲିଭି ଯାଇଥାଏ ନାଲି ରଙ୍ଗ

ଲଙ୍ଗଳା ହାତ ,ମଥା ଯହିଁ

ବାହୁନନ୍ତି ଗୁମୁରି ଗୁମୁରି

ହସ ଯହିଁ ରଂଗଛଡ଼ା କାନ୍ଥ ପରି

ଦିଅନ୍ତି ବିକଳାଙ୍ଗ।


Rate this content
Log in

Similar oriya poem from Tragedy