STORYMIRROR

Nihar Ranjan Acharya

Tragedy

4.0  

Nihar Ranjan Acharya

Tragedy

ନିଃସଙ୍ଗତା

ନିଃସଙ୍ଗତା

1 min
164


ମୋ' ହୃଦୟର ଶୂନ୍ୟତାକୁ 

ଆଜି ମୁଁ ପଚାରୁଥିଲି ତମ କଥା,

ଯେଣୁ ତମେ ବାଛି ନେଇଥିଲ 

ମୋ' ପାଇଁ- ତମ ମନର ନିରବତା।


ଏତେ ନିରବତା କାହିଁ ପାଇଁ 

କହିକି ପାରିବ ତମେ ଅନାମିକା,

ବିବାହ ବଦଳରେ-

ବିରହର ବନ୍ଧନରେ ବାନ୍ଧି ହୋଇ 

ମଥାରେ ପ୍ରେମର ସିନ୍ଦୂର ନାଇବା 

କ'ଣ ତମ- ଭଲପାଇବା ନା ଭାବ ପ୍ରବଣତା ।


ଭାବରୁ ଅଭାବ ଭରିଦିଏ ମନେ 

ଦୁଃଖ, ଯନ୍ତ୍ରଣା ଆଉ ବ୍ଯଥା, 

ନିଜେ ତମେ କାନ୍ଦି, ମୋତେ ବି କନ୍ଦାଅ 

ଏହିକି ଆମ ଭଲପାଇବାର ସାର୍ଥକତା ।


ମୋ' ଅଦୃଶ୍ଯରେ 

ତମ ଦୁନିଆରେ 

ତମେ ସିନା ପାଇଗଲ-

"ଯନ୍ତ୍ରଣା" ଓ "ପ୍ରତାରଣା" ନାମକ 

ଦୁଇଟି ସନ୍ତାନର ନିବିଡ଼ତା, 

ତଥାପି ବି ଖୁସି ନୁହଁ ତମେ 

ଦିବାନିଶି ଅଶୃର ଅର୍ଚ୍ଚନାରେ 

ଖୋଜି ହୁଅ- ମୋର ଆନ୍ତରିକତା ।


ପର ଥିଲି, ପର ବି ହୋଇଗଲି 

ରହିଛି ମୁଁ, ରହିଯିବି ଏକା ଏକା, 

ଦେଇ ଯାଉଛି ତୁମକୁ ମୁଁ 

ମୋ' ସ୍ମୃତିର ଅବ୍ୟକ୍ତ କବିତା।


Rate this content
Log in

Similar oriya poem from Tragedy