Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Classics

3  

Shiba Charan Mahapatra

Classics

ନିଦରେ

ନିଦରେ

1 min
218



ଫୁଲ ଯାଚୁଥିଲା ପୀରତି ରଂଗୋଲି ପ୍ରେମିକ ଭ୍ରମର ନିଦରେ

ରକ୍ତ ଜୁଡୁବୁଡୁ କୁଆଁରୀ ସପନ କିଏ ସେ ଦେଖିବ ନିଦରେ..!!୧!!


କେତେ ମୁଁ ଖୋଜିଲି ପଂକ୍ତି ପାଖୁଡ଼ାରେ ତୁମେ ଶୋଇଥିଲ ନିଦରେ

ବାଢୁଥିବ ଦିନେ ଅଶ୍ରୁ ତର୍ପଣ ମୁଁ ଶୋଇଯିବି ନିଦରେ..!!୨!!


ଟୋପିବାଲା ଯେତେ ଗୋପୀ ବାଳା ସଂଗେ ବଂଶୀ ବାହିଲେଣି ନିଦରେ

ଉଛୁଳି ଗଲାଣି ଯମୁନା ଦ୍ୱି-କୂଳ ଆହାଃ କୂଳବାସୀ ନିଦରେ..!!୩!!


ନକହିଲେ କିବା ପହଡ଼ ଭାଙ୍ଗିବ ମଣିମା ଅଚିନ୍ତ୍ୟ ନିଦରେ 

କିଏ ସେ ଡାକିବ କାଠଗଡ଼ାକୁ ଯେ' ସଭିଏଁ ଆପଣା ନିଦରେ..!!୦୪!!


ଦେଖ ସାୟଂକାଳ ହେ' ସୁପ୍ତ ପଥିକ ଆଲୋକ ଅନ୍ଧାର ନିଦରେ

କହୁଥିଲ ପରା ପୂଣ୍ୟ ଚେଇଁଛି ଘୁଙ୍ଗୁଡ଼ି ମାରେ ଯେ' ନିଦରେ..!!୦୫!!


ଶବ୍ଦ ପଥିକ ନିଃଶବ୍ଦ ମୁଣ୍ଡେଇ ମୁଣ୍ଡ ଗୁଞ୍ଜିଲେଣି ନିଦରେ

ଆସ ଏବେ ଆମେ କବିତା ବୁଣିବା କବି ଶୋଇଥାନ୍ତୁ ନିଦରେ..!!୦୬!!




Rate this content
Log in

Similar oriya poem from Classics