ନିଆରା ବନ୍ଧୁତା
ନିଆରା ବନ୍ଧୁତା
ବେଳ ଅବେଳରେ ସାଥିରେ ଥାଏ
ପଛରେ ନୁହେଁ ସେ ମୁହଁରେ କୁହେ,
ମୋ ମୁହଁ ଦେଖିସିଏ ମନକୁ ବୁଝେ
ସେମିତିକା ବନ୍ଧୁ ହୃଦୟେ ରହେ ।
ଆଇନା ପରି ସ୍ଵଭାବ ଥିବ
ମିଛ, ଛଳନା କିଛି ନକରି
ସଦା ସର୍ବଦା ସେ ସତ କହିବ ।
ବନ୍ଧୁ ହେବ ତ ଏମିତି ହେବ
ବିନା ସ୍ବାର୍ଥ ରେ ଭଲ ପାଇବ
ଯେତେ ଦୁରେ ଥିଲେ ମଧ୍ୟ ସର୍ବଦା
ମୋ ହୃଦୟରେ ରହିବ ,
କୋଟିରେ ଗୋଟିଏ ବନ୍ଧୁ ସେ ମୋର
ଦୁଃଖକୁ ମୋହର ଭାବେ ନିଜର,
ସମସ୍ୟାକୁ ବୁଝି ବୁଝେଇ ପାରେ
ଅଧା ସମସ୍ୟା ତା' କଥାରେ ଭରେ ।
ରକ୍ତ ର ସମ୍ପର୍କ ନଥାଇ ବି ଅଛି
କେତେଯେ ଭରସା ଓ ବିଶ୍ୱାସ,
ମୋ ଦେହରୁ ପ୍ରାଣ ଚାଲିଗଲେ ବି
ବନ୍ଧୁତା ଆମର ତୁଟିବ ନାହିଁ ଏତିକି
ମୋର ବିଶ୍ୱାସ ।