Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Panda

Abstract

4.5  

Pranati Panda

Abstract

ନିଆଁ ଆଉ ପାଣିର କଥା (ଚଲାପଥ)

ନିଆଁ ଆଉ ପାଣିର କଥା (ଚଲାପଥ)

1 min
219


ଜୀବନର ରଫ୍ ଖାତାରେ ଲେଖୁଛି 

ତୁମର ମୋର ଅବୁଝା କାହାଣୀ,

ତୁମେ ଚାହିଁଥିଲ ନିଆଁ ହେବାପାଇଁ

କିନ୍ତୁ ମୁଁ 'ତ ହୋଇଗଲି ଯେ ପାଣି।


ଜୀବନ ଗଣିତ ସବୁ ହିସାବଟା

ହୋଇଗଲା ସେ,ଫନ୍ଦା ବୁଢିଆଣୀ

ତୁମେ ଚାହୁଁଥିଲ ଉଷ୍ମତା କେବଳ

ଜୀବନ ନିଆଁକୁ ଉଖାରି ଟାଣି ।


ମୁଁ ତ, ଚାହୁଁଥିଲି କାମନା, ବାସନା

ଦହନ ନିଆଁର ସେ ପରକାଶେ

ତୁଳସୀ ଚଉଁରା ସଞ୍ଜବତୀ ହୋଇ 

ଜାଳନ୍ତି "ଆକାଶ ଦୀପ" ମୁଁ ଶେଷେ ।


ପ୍ରାଣ ପକ୍ଷୀ ଯଦି ଉଡ଼ିଯାଏ ଦୂରେ

ସେ ଆସେନା ଆଉ ପିଣ୍ଡକୁ ଫେରି,

ତୁମର ମୋର ଯା କହିବାର ଥିଲା

ମୁଖରେ ନକହି ଲୁହରେ ଭରି।


ପାଣି ହୋଇଯାଇ ବହୁଛି ଗଣ୍ଡରେ

ନିସ୍ତବ୍ଧତା ଦୀର୍ଘ ନିଃଶ୍ୱାସ ଭରି ,

ଭିତରେ ପ୍ରଳୟ ବାହାରେ ନିର୍ଜୀବ

ତୁମ ପଳାତକ ସ୍ମୃତି ଉଖାରି ।


ଦିଶା ବିହୀନ ମୁଁ ଆକୃତି ବିହୀନ

ଆଜିବି ଏବେ ବି ମୁଁ ,ପାଣି ପରି,

କ୍ଷୀର ସଙ୍ଗେ ନୀର ହେବା ପାଇଁ ଆଶା 

ବହୁଛି ଶାନ୍ତିର ଇଚ୍ଛାକୁ ଧରି ।


Rate this content
Log in