Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

5.0  

ବି. ନିରୁପମା

Inspirational

ନେବି ଶପଥ

ନେବି ଶପଥ

1 min
278



ଆସିଛିରେ ପୁଣି ନୂଆ ବରଷ ,

ସେଥିଲାଗି ମନ ଭାରି ହରଷ ।


ରାଗ ରୁଷା ଯେତେ ମନରୁ ଭୁଲି ,

ସାଥୀଙ୍କ ସହିତ ଏକାଠି ମିଳି ।


ଏ ନୂଆ ବରଷେ ନେବି ଶପଥ ,

କରିବାକୁ ଦେଶ ଜାତିର ହିତ ।


ସରଗଠୁଁ ବଡ଼ ଜନମ ମାଟି ,

ଭୁଲିଯିବି ନାହିଁ ଏଇ କଥାଟି ।


ଗୁରୁଜନେ ଭକ୍ତି ଲଘୁଙ୍କୁ ସ୍ନେହ ,

କରୁଥିବି ସଦା ନ କରି ଭୟ ।


ଦୁଃଖୀଜନ ଦେଖି ଦୟା କରିବି,

ଭୋକିଲା ତୁଣ୍ଡରେ ଆହାର ଦେବି ।


ଭେଦଭାବ ମନେ ରଖିବି ନାହିଁ ,

ଆମେ ଯେତେ ସବୁ ଭଉଣୀ ଭାଇ ।


ଆମ ସଭିଙ୍କର ଗୋଟିଏ ମାଆ ,

ଅରି ଯାଏ ଡରି ଶୁଣି ତା' ନାଆଁ ।


ଗୁଣ ଗୌରବ ଯା' ସଦା ଉତ୍କର୍ଷ ,

ସେହି ମୋର ମାଆ ଭାରତବର୍ଷ ।


ଆଜିଠୁ ରହିଲା ଗୋଟିଏ ଲକ୍ଷ୍ୟ ,

ରଖିବାକୁ ଏଇ ମାଆର ଟେକ ।


ମୁହିଁ ଏ ମାଟିର ଏକ ସନ୍ତାନ ,

ତା' କୋଳରେ ଜନ୍ମି ହୋଇଛି ଧନ୍ୟ ।


ଆନନ୍ଦରେ ତା'ର କରିଲେ ସେବା ,

ସାର୍ଥକ ହୋଇବ ମଣିଷ ହେବା ।



Rate this content
Log in

Similar oriya poem from Inspirational