Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ନବଯୌବନ ଦର୍ଶନ

ନବଯୌବନ ଦର୍ଶନ

1 min
306


ମହାପ୍ରଭୁଙ୍କର ନବ ଯୋଉବନ 

ଦର୍ଶନେ ଗହଳି ଲାଗିଛି l

ରତ୍ନ ସିଂହାସନେ ଭକତଙ୍କୁ ଚାହିଁ 

ଟହ ଟହ ଜଗା ହସୁଛି ll


ନୂଆ ନଟବର ରସିକ ନାଗର 

ନଟବର ବେଶ ସାଜିଛି l

କଣେଇ କଣେଇ ବାଙ୍କ ଚାହାଣୀରେ 

ବାରବେନି ପୁର ମୋହୁଛି ll


ଦେବ ନାଗ ନର ଗନ୍ଧର୍ବ କିନ୍ନର  

ସବୁରେ କଲ୍ୟାଣ ଯାଚୁଛି l

ବିପୁଳ ଭୁଜକୁ ବିସ୍ତାରି ଭକତେ 

କୋଳ କରିବାକୁ ଡାକୁଛି ll


ପୀତାମ୍ବରୀ ପାଟ କଟି ତଟେ ଶୋଭା 

ଯତନେ ଗୁଡ଼ାଇ ବାନ୍ଧିଛି l

କୋଇସ୍ତୁଭ ମଣି ଶିରରେ ତାହାର 

ଜକ ଜକ ହୋଇ ଜଳୁଛି ll


କସ୍ତୁରୀ ଚନ୍ଦନ ବାସ ମହ ମହ 

ଶ୍ରୀଅଙ୍ଗରେ ବୋଳି ହୋଇଛି l

କେତକୀ ମାଳତି ଦୟଣା ସେବତୀ 

ଯତନେ ମଥାରେ ଖୋସିଛି ll


ଶଙ୍ଖ ଚକ୍ର ଗଦା ପଦ୍ମ ହସ୍ତେ ଜଗା 

ଭାଇ ଭଗ୍ନୀ ସାଥେ ବସିଛି l

ଗେହ୍ଲେଇ ସୁଭଦ୍ରା ଦୁଇ ଭାଇ ମଧ୍ୟେ 

କିରି କିରି ହୋଇ ହସୁଛି ll


ହଳାୟୁଧ ମହାବଳ ବଳଦେବ 

ଜଗନ୍ନାଥେ ଡାକି କହୁଛି l

କହ୍ନେଇରେ ଜନ୍ମବେଦୀ ବୁଲିଯିବା 

ଗୁଣ୍ଡିଚା ଅନାଇଁ ବସିଛି ll


ଘଣ୍ଟ ଘଣ୍ଟା ନାଦ ମୃଦଙ୍ଗ ବାଇଦ 

ଭକ୍ତଙ୍କୁ ଉଚ୍ଚାଟ କରୁଛି l

ବୋଲି ହରି ହରି ରାମ ବନମାଳୀ 

ପ୍ରଭୁଙ୍କୁ ପ୍ରଣାମ କରୁଛି ll



Rate this content
Log in

Similar oriya poem from Inspirational