Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Premalata Giri

Classics

3  

Premalata Giri

Classics

ନବରାତ୍ର

ନବରାତ୍ର

1 min
172



   

ଜୟ ମା ଭବାନୀ, ଜୟମା ଶିବାନୀ

 ଜୟ ଦୁର୍ଗତି ନାଶିନୀ

ଶରତ ସାର୍ଥକ ଋତୁ ଅବକାଶେ

  ଆସ ମାଗୋ ଅବତରୀ। 


ପା ର୍ବଣ ପର୍ବର ମିଳନ ଆନନ୍ଦ

  ତୁମରି ନାମ ସୁମରୀ

ଧରାଧରଣୀରେ କେତେ ସାଜସଜା

ତୁମେ ତ ଅମୃତମୟୀ। 


ନବ ଦିନ ପାଇଁ ନବ ରାତ୍ର ପୂଜା

  ନବଦୁର୍ଗା ଆବାହନୀ

 ଶୁକ୍ଲପକ୍ଷ ଷଷ୍ଠିତିଥିରେ ଆରମ୍ଭ

   ଦଶମୀରେ ଉଦଯାପନୀ। 


ପ୍ରଥମ ରାତ୍ରରେ ଶୈଳପୁତ୍ରୀ ପୂଜା

 ଦ୍ୱିତୀୟ ବ୍ରହ୍ମଚାରିଣୀ

ଚନ୍ଦ୍ର ପରି ସ୍ୱଚ୍ଛ ଚନ୍ଦ୍ର ଘଣ୍ଟା ରୂପ

  ତ୍ରୁତୀୟ ରାତ୍ର ଶୋଭନୀ। 


 ଚତୁର୍ଥରେ କୁଷ୍ମାଣ୍ଡା ଜଗତ୍ ପାଳିନୀ

 ସ୍କନ୍ଧ ମାତା ପୂଜା ପଞ୍ଚମୀ  

 କାତ୍ୟାୟନୀ ଭାବେ ବେଦମନ୍ତ୍ର ଧ୍ୱନୀ

  କାଳରାତ୍ରି କାଳନାଶୀ। 


ଷଷ୍ଠ ସପ୍ତମୀର ଅର୍ଘ କ୍ଷୀର ମହୁ

  ଗୁଢ ଅଟେ ହୋମ ନିତୀ

ଶକ୍ତି ସାମର୍ଥ ର ଅସ୍ତ୍ର ଶସ୍ତ୍ର ଖଞ୍ଜି

  ଜ୍ଞାନ ସମାହାର ଭକ୍ତି। 


ଗୌରବର୍ଣ୍ଣା ମହାଗୌରୀ ଦେବୀ ମା 

 ସନ୍ଧିପୂଜା ଘଡିସନ୍ଧି

ସିଦ୍ଧି ଦାତ୍ରୀ ସିଦ୍ଧ ବିଜୟାଦଶମୀ

 ଦଶହରା ପୂର୍ଣ୍ଣାହୁତି ।


Rate this content
Log in